Report Card Odisha

| Daily Odia News

ଭୁଶୁଡିଲା କୋଇଲା ଖଣି,୩ ଶ୍ରମିକ ମୃତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମଧ୍ୟପ୍ରଦେଶ ବେତୁଲ ଜିଲ୍ଲାରେ ଅଘଟଣ। ଗୁରୁବାର ବିଳମ୍ବିତ ରାତିରେ ଡବ୍ଲୁସିଏଲର ଛତରପୁର-୧ କୋଇଲା ଖଣିରେ ଛାି ଭୁଶୁଡି ପଡିଥିଲା।ଏଥିରେ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖଣି ମୁହାଣ ଭିତରେ ପ୍ରାୟ ୩.୫ କିଲୋମିଟର ଭିତରେ କଣ୍ଟୋର ଖଣି ସେକ୍ସନରେ ଶ୍ରମିକମାନେ କାମ କରୁଥିଲେ। ହଠାତ୍ ଛାତ ଭୁଶୁଡି ପଡିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଡବ୍ଲୁସିଏଲ୍ ଜିଏମ୍ , ତହସିଲଦାର ଏବଂ ପୁଲିସ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ। ଉଦ୍ଧାରକାରୀ ଦଳ ଏବେ ପର୍ଯ୍ୟନ୍ତ ୩ ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୁଲିସ୍ ତଦନ୍ତ ଜାରି ରଖିଛି।

Breaking News