ରିପୋର୍ଟ କାର୍ଡ / ରାଞ୍ଚି
ଝାଡ଼ଖଣ୍ଡର ଦେଓଗଡ଼ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଘଟିଛି ଏକ ବଡ଼ ଅଘଟଣ। ଏଠାରେ ସର୍ବୋଚ୍ଚ ତ୍ରିକୁଟ ରୋପୱେର ଟ୍ରଲି ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଗତ ୨୦ ଘଣ୍ଟା ଧରି ୪୮ ଜଣ ଲୋକ ପାହାଡ଼ରେ ଫସି ରହିଛନ୍ତି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି। ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କ ସହାୟତା ପାଇଁ ସେନା ମଧ୍ୟ ନିୟୋଜିତ ହୋଇଛି। ସୂଚନା ମୁତାବକ, ପାହାଡ଼ରେ ଏଯାଏଁ ମଧ୍ୟ ଲୋକେ ଫସି ରହିଛନ୍ତି ଏବଂ ଡ୍ରୋନ ସାହାଯ୍ୟରେ ସେମାନଙ୍କ ନିକଟକୁ ଖାଦ୍ୟ ଓ ପାଣି ପଠାଯାଉଛି। ସୂଚନା ଅନୁସାରେ, ପୂଜାପାଠ ଓ ବୁଲିବା ଉଦ୍ଦେଶ୍ୟରେ ରବିବାର ଶହ ଶହ ପର୍ଯ୍ୟଟକ ଏଠାକୁ ଆସିଥିଲେ। ରୋପୱେର ଏକ ଟ୍ରଲି ତଳକୁ ଆସୁଥିଲା। ଏହି ସମୟରେ ଉପର ଆଡ଼କୁ ଯାଉଥିବା ଏକ ଟ୍ରଲି ତା’ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ପ୍ରାୟ ୨୪ଟି ଟ୍ରଲି ଉପରେ ହିଁ ଥିଲା। କୁହାଯାଉଛି ଯେ, ପ୍ରାୟ ୧୮ଟି ଟ୍ରଲି ଉପରେ ଅଟକି ରହିଛି, ଯେଉଁଥିରେ ୪୮ ଜଣ ଲୋକ ଅଛନ୍ତିି। ଏଥିରେ ଶିଶୁ ଓ ମହିଳା ମଧ୍ୟ ଅଛନ୍ତି।
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ମୁସଲମାନଙ୍କୁ ଦମନ କରାଯାଉଥିବାରୁ ଏପରି ଆକ୍ରମଣ: ରବର୍ଟ ଭାଡ୍ରାଙ୍କ ବିବାଦୀୟ ବୟାନ……
୬ ଘଣ୍ଟା ମଧ୍ୟରେ ଶ୍ରୀନଗର ଛାଡ଼ିଲେଣି ୩ ହଜାରରୁ ଉର୍ଧ୍ବ ଲୋକ…..