ରିପୋର୍ଟ କାର୍ଡ / ରାଉରକେଲା
ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଦ୍ୟୁତ ଆଘାତଲାଗି ଠିକା ଶ୍ରମିକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଲାଠିକଟା ବ୍ଲକ ଟାଇଁସାର ଭାଙ୍ଗରାଟୋଲାର ଗୋପାଳ ତୀର୍କୀ । ଦୀପଶିକ୍ଷା ଏଣ୍ଟରପ୍ରାଇଜେସ ଠିକା ସଂସ୍ଥାରେ କାମ କରୁଥିଲେ। ଆଜି ଅପରାହ୍ନରେ ହକି ଷ୍ଟାଡିୟମ ଚାରି ନମ୍ବର ଗେଟରେ ବିଦ୍ୟୁତ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଛେଣ୍ଡ ପୋଲିସ ଶବ ଜବତ କରି ଆରଜିଏଚ ମର୍ଗରେ ରଖିବା ସହ ଘଟଣାର ତଦନ୍ତ ଚଳାଇଛି। ସେପଟେ ମୃତ ଶ୍ରମିକ ପରିବାରକୁ କ୍ଷତି ପୂରଣ ଦାବିରେ ପରିବାର ଓ ବିଜେପି ପକ୍ଷରୁ ଦାବୀ କରାଯାଇଛି ।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..