ରିପୋର୍ଟ କାର୍ଡ / ରାଉରକେଲା
ରାଉରକେଲା ବିମାନ ଦୁର୍ଘଟଣାରେ ଦରକାର ପଡିଲେ ଆହତଙ୍କୁ ଏୟାର ଲିଫ୍ଟିଙ୍ଗ କରାୟିବ । ଏନେଇ ସୂଚନା ଦେଇଛନ୍ତି ରାଉରକେଲା ଏସପି । ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ୬ଜଣ ଆହତ ହୋଇଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଆସୁଥିଲା ଇଣ୍ଡିଆୱାନ୍ ଏୟାର ଫ୍ଲାଇଟ୍ ଭିଟି-୧୦୨ । ୯ ସିଟ ବିଶିଷ୍ଟ ଏହି ବିମାନଟି ୧୦କିମି ଉଡାଣ ପରେ ଦୁର୍ଘଟଣା ହୋଇଥିଲା । ଏଥିରେ କ୍ରୁ କ୍ୟାପଟେନ୍ ନବୀନ ଓ କ୍ୟାପଟେନ ଶ୍ରୀବାସ୍ତବ ରହିଥିଲେ ।ଯାନ୍ତ୍ରିକ ତ୍ରୁଟି କାରଣରୁ ଇଣ୍ଡିଆୱାନ୍ ବିମାନଟି ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଆହତଙ୍କୁ ଅଧିକ ଚିକିତ୍ସା ଦରକାର ପଡିଲେ ଏୟାର ଲିଫ୍ଟିଙ୍ଗ କରାଯାଇପାରେ । ଏନେଇ ସୂଚନା ପ୍ରଦାନ କରିଛନ୍ତି ରାଉରକେଲା ଏସପି ।






More Stories
ଗ୍ରୀଷ୍ମ ପ୍ରବାହ ପାଇଁ ଏସଓପି ଜାରି……
ଘୋଷଣା ହେଲା ମାଟ୍ରିକ୍ ରେଜଲ୍ଟ ତାରିଖ…..
ଭୋଟଦାନରୁ ବିରତ ରହିବି…..