ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧,୦୦୦କର୍ମଚାରୀଙ୍କୁ ନୂଆ ନିଯୁକ୍ତ ଆଧାରରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଏକ ବିକଶିତ ଭାରତର ଦୂରଦୃଷ୍ଟି ହାସଲ କରିବା ପାଇଁ ଯୁବପିଢିଙ୍କ ପ୍ରତିଭା ତଥା ଶକ୍ତିକୁ ସଠିକ ସୁଯୋଗ ଦେବାକୁ ଆମ ସରକାର ପ୍ରତିବଦ୍ଧ। ମୋଦି ଆହୁରି ମଧ୍ୟ କହିଛନ୍ତି, ଆଜି ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଆଗକୁ ବଢୁଥିବା ଅର୍ଥବ୍ୟବସ୍ଥା ପାଲଟି ଯାଇଛି। ମୋଦି କହିଛନ୍ତି ସାରା ବିଶ୍ୱ କୋଭିଡ ମହାମାରୀ ପରେ ଆଥିକ ସଙ୍କଟ ଦେଇ ଗତି କରୁଛି। ଅଧିକାଂଶ ଦେଶର ଅର୍ଥବ୍ୟବସ୍ଥା ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି, ଏହାପରେ ବି ବିଶ୍ୱ ଭାରତକୁ ଏକ ଉଜ୍ୱଳ ତାରକା ଭାବେ ଦେଖୁଛି। ଏହି ଅବସରରେ ମୋଦି କହିଛନ୍ତି, ଦେଶରେ ସେନାଙ୍କୁ ଏବେ ଆତ୍ମନିର୍ଭରଶୀଳ ହେବାକୁ ପ୍ରସ୍ତୁତ କରାଯିବ। ଆମ ସରକାର ସେନାଙ୍କ ସହ ୩୦୦ରୁ ଅଧିକ ଏପରି ସାଜ-ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ରର ତାଲିକା ପ୍ରସ୍ତୁତ କରିଛି, ଯାହା ଏବେ ଭାରତରେ ତିଆରି ହେବ ଓ ଦେଶର ଇଣ୍ଡଷ୍ଟ୍ରିରୁ କ୍ରୟ କରାଯିବ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..