Report Card Odisha

| Daily Odia News

ଷ୍ଟିଭେନ୍‌ସନଙ୍କର ବିୟୋଗ…..

ରିପୋର୍ଟ କାର୍ଡ / ମୁମ୍ବାଇ

‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରରେ ବ୍ରିଟିଶ ଗଭର୍ଣ୍ଣରଙ୍କ ଭୂମିକାରେ ନଜର ଆସିଥିବା ରେ ଷ୍ଟିଭେନ୍‌ସନଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ବୟସ ହୋଇଥିଲା। ଷ୍ଟିଭେନ୍ସନଙ୍କ ପ୍ରତିନିଧି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ତ‌ାଙ୍କର ରବିବାର ମୃତ୍ୟୁ ଘଟିଛି। ଷ୍ଟିଭେନ୍ସନ୍ ୧୯୬୪ ମସିହାରେ ଉତ୍ତର ଆୟର୍ଲାଣ୍ଡର ଲିସବର୍ନରେ ଜନ୍ମଗ୍ରହଣ କରିଥିଲେ। ବ୍ରିଷ୍ଟଲ୍ ଓଲ୍ଡ ଭିକ୍ ଥିଏଟର ସ୍କୁଲରେ ଅଧ୍ୟୟନ କରିବା ପରେ ବ୍ରିଟିଶ ଟେଲିଭିଜନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ। ପରେ ସେ ପଲ୍ ଗ୍ରୀନଗ୍ରାସଙ୍କ ୧୯୯୮ ମସିହାର ଚଳଚ୍ଚିତ୍ର “ଦ ଥିଓରି ଅଫ୍ ଫ୍ଲାଇଟ୍” ରେ ଡେବ୍ୟୁ କରିଥିଲେ। ୨୦୦୪ ମସିହାରେ ସେ ଆଣ୍ଟୋଏନ୍ ଫୁକାଙ୍କ “କିଙ୍ଗ ଆର୍ଥର୍”ରେ ଅଭିନୟ କରିଥିବା ବେଳେ ଅନେକ ବର୍ଷ ପରେ ଷ୍ଟିଭେନ୍ସନ ପ୍ରି-ଡିଜନି ମାର୍ଭେଲ ଆଡାପ୍ଟେସନ୍ “ପନିସର୍‌: ୱାର୍‌ ଜୋନ୍‌” ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଯଦିଓ “ପନିସର୍‌” ତାଙ୍କର ଭଲ ରିଭ୍ୟୁ ମିଳିଥିବା ଚଳଚ୍ଚିତ୍ର ନୁହେଁ।

Breaking News