Report Card Odisha

| Daily Odia News

ନିର୍ବାଚନରେ ବିଜେପି କୁ ସହଯୋଗ କଲାନି କି ଆରଏସଏସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବରୁ ହୋଇଥିବା ଲୋକସଭା ନିର୍ବାଚନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବିଜେପିକୁ ସହଯୋଗ କରିଥିବା ଦେଖିବାକୁ ମିଳିଥାଏ । ପ୍ରଚାରଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟରେ ସ୍ୱୟଂସେବକମାନେ ଦଳକୁ ସହଯୋଗ କରିଥାନ୍ତି। କିନ୍ତୁ ଚଳିତ ନିର୍ବାଚନରେ ତାହା ଦେଖିବାକୁ ମିଳିଲା ନାହିଁ। ଏହାକୁ ନେଇ ନିର୍ବାଚନ ସମୟରେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥିଲା । କ’ଣ ପାଇଁ ଏଥର ଆରଏସଏସ କର୍ମୀମାନେ ସକ୍ରିୟ ହୋଇ ନ ଥିଲେ। ତେବେ ଏହାର କାରଣ ହେଉଛି ବିଜେପି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି | ମିଳିଥିବା ସୂଚନା ଅନୁସାରେ, ନିର୍ବାଚନର ପ୍ରଥମ ୫ଟି ପର୍ଯ୍ୟାୟରେ ସଂଘର ଭିନ୍ନ ଭିନ୍ନ ସ୍ତରରେ ଥିବା ପଦାଧିକାରୀମାନେ ନିର୍ବାଚନକୁ ନେଇ କୌଣସି ବୈଠକ କରି ନ ଥିଲେ। ଫଳରେ ସ୍ୱୟଂସେବକମାନେ ନିର୍ବାଚନ ସମୟରେ କ’ଣ କରିବେ ସେ ସମ୍ପର୍କରେ ସେମାନଙ୍କୁ ଉପରମୁଣ୍ଡରୁ କୌଣସି ବାର୍ତ୍ତା ପଠାଯାଇ ନ ଥିଲା। କିନ୍ତୁ ୫ ପର୍ଯ୍ୟାୟ ଭୋଟଗ୍ରହଣ ପରେ ସଂଘର ଏକ ବୈଠକ ବସିଥିଲା ଏବଂ ପରବର୍ତ୍ତୀ ୨ଟି ପର୍ଯ୍ୟାୟରେ ପୂର୍ବ ପରି କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା। ହେଲେ ୬ଷ୍ଠ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ମନ୍ତବ୍ୟ ଶୁଣି ସଂଘକୁ ନିରାଶ ହେବାକୁ ପଡ଼ିଥିଲା। ନଡ୍ଡା କହିଥିଲେ ଯେ, ବିଜେପିକୁ ପୂର୍ବରୁ ସଂଘର ଆବଶ୍ୟକତା ରହୁଥିଲା। କିନ୍ତୁ ଏବେ ବିଜେପି ନିଜେ ସକ୍ଷମ ହୋଇଗଲାଣି। ନଡ୍ଡାଙ୍କ ଏହି ମନ୍ତବ୍ୟକୁ ନେଇ ସଂଘରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ଏହି କାରଣରୁ ସ୍ୱୟଂସେବକମାନେ ସକ୍ରିୟ ହୋଇ ନ ଥିଲେ।

Breaking News