Report Card Odisha

| Daily Odia News

ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର…..

ରିପୋର୍ଟ କାର୍ଡ / କଟକ

ଆରଟିଓରେ ଥିବା ଠିକା ଡାଟା ଏଣ୍ଟ୍ରି ଅପରେଟରମାନଙ୍କର ନିୟମିତ ହେବେ | ଆଉଟ୍ ସୋର୍ସିଂରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ନିୟମିତ ହେବେ ବୋଲି ଆଜି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ୩୫୦ କର୍ମଚାରୀ ଏଥିରୁ ଉପକୃତ ହେବେ । ଏହା ପୂର୍ବରୁ ନଭେମ୍ବର ମାସରେ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ, ଯେଉଁଥିରେ ପ୍ରାୟ ୧୫ ଶହ ଡାଟା ଏଣ୍ଟ୍ରି ଅପରେଟର ଉପକୃତ ହୋଇଥିଲେ । ଯୋଗ୍ୟତା ଆଧାରରେ ସେମାନଙ୍କୁ ନିୟମିତ କରାଇବା ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ ଥିବା ଡାଟା ଏଣ୍ଟ୍ରି ଅପରେଟରମାନେ ନିଯୁକ୍ତି ପାଇଥିଲେ । ଲୋକାଲ ଫଣ୍ଡ ଅଡିଟ୍, ସବ୍‌ରେଜିଷ୍ଟ୍ରିରେ, ଲୋକସେବା ଭବନ ଓ ଗୋପବନ୍ଧୁ ଏକାଡେମୀରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ ।

Breaking News