ରିପୋର୍ଟ କାର୍ଡ / ଭୁବନେଶ୍ବର
କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକମାନଙ୍କର ଆରଟିପିସିଆର୍ ଟେଷ୍ଟିଂ କରାଯିବ ସହିତ ୭ ଦିନ ସଙ୍ଗରୋଧରେ ରହିବେ। ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ। ଆଜି ସନ୍ଧ୍ୟା ସୁଦ୍ଧା ଟିକା ନ ଆସିଲେ ଓଡ଼ିଶାରେ ଶନିବାରରୁ ଟିକାକରଣ ବନ୍ଦ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨.୫ ଲକ୍ଷ ଟିକା ଦରକାର। ଓଡ଼ିଶାରେ ମାତ୍ର ୦.୫ ଟିକା ନଷ୍ଟ ହୋଇଛି। ୧୦ ଦିନ ପାଇଁ ଆମକୁ ୧୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ରକୁ ଚିଠି ଲେଖାଯାଇଛି। ହେଲେ ଏ ଯାଏ ଟିକା ଆସିନି। ଆଜି ସନ୍ଧ୍ୟା ସୁଦ୍ଧା ନ ଆସିଲେ ଶନିବାରରୁ ବନ୍ଦ ହେବ ଟିକାକରଣ। ଆଜି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭିତରେ ଆଲୋଚନା ଅଛି । ଆଶା କରୁଛି ଯେ ମୁଖ୍ୟମନ୍ତ୍ରୀ ଟିକା ଦେବା ପାଇଁ ଦାବି କରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..