Report Card Odisha

| Daily Odia News

ପେଗାସ୍‌କୁ ନେଇ ସଂସଦରେ ଝଡ,ଅଶ୍ଵିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ଚିରିଲେ ଫିଙ୍ଗିଲେ ବିରୋଧୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଗୁରୁବାର ମଧ୍ୟ ସଂସଦରେ ଉଠିଲା ଇସ୍ରାଏଲ ସଫ୍ଟ ଓୟାର ପେଗାସ୍‌କୁ ନେଇ ଝଡ। ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ମଧ୍ୟ ଠିକରେ ରଖି ପାରି ନାହାନ୍ତି। ତୃଣମୂଳ କଂଗ୍ରେସ ସାଂସଦ ହଙ୍ଗାମା କରିବା ସହ କାଗଜ ଫାଡି ଗୃହର ମଧ୍ୟଭାଗରେ ଫୋପାଡିଛନ୍ତି। ଏଭଳି ସ୍ଥିତିରେ ଗୃହ ମୁଲତବୀ ରଖିବାକୁ ପଡିଥିଲା। ବିଜେପି ଓ ଟିଏମସି ସାଂସଦ ମଧ୍ୟରେ ଉପରେ ଖୁବ୍ ନାରାବାଜି ହୋଇଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ସେନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ମଧ୍ୟ ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଥିଲା ଯେ, ମାର୍ସଲଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା। ହଙ୍ଗାମା କାରଣରୁ ଅଶ୍ଵିନୀ ବୈଷ୍ଣବ ନିଜର ଉତ୍ତର ଠିକ୍ ଢଙ୍ଗରେ ମଧ୍ୟ ରଖି ପାରି ନାହାନ୍ତି। ଦୁଇ ଥର ଗୃହ ମୁଲତବୀ ପରେ ଅପରାହ୍ନ ୨ଟାରେ ଯେମିତି ଗୃହ କାର୍ଯ୍ୟ ଆରମ୍ଭ ହେଲା ଉପ ସଭାପତି ହରିବଂଶ ନିଜର ତଥ୍ୟ ରଖିବାକୁ ବୈଷ୍ଣବଙ୍କୁ ଅନୁମତି ଦେଇଥିଲେ। ଠିକ୍ ଯେମିତି ଅଶ୍ଵିନୀ ବୈଷ୍ଣବ କହିବା ଆରମ୍ଭ କଲେ ଟିଏମସି ସଦସ୍ୟ ଖୁବ୍ ହଙ୍ଗାମ କରିଥିଲେ। ଏପରିକି କାଗଜ ଚିରି ଗୃହରେ ଫୋପାଡିଥିଲେ। ପ୍ରବଳ ନାରାବାଜିରେ ବୈଷ୍ଣବଙ୍କ ଭାଷଣ ମଧ୍ୟ ଠିକ୍‌ରେ ଶୁଭୁନଥିଲା। ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ଖୁବ୍ ହଙ୍ଗାମା କରିଛନ୍ତି। ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ଉପ ସଭାପତି ଅସଂସଦୀୟ ଆଖ୍ୟା ଦେଇଛନ୍ତି। ଅଲଗା ଅଲଗା ପ୍ରସଙ୍ଗରେ ଗୃହରେ ହଙ୍ଗାମା କାରଣରୁ ଗୁରୁବାର ରାଜ୍ୟସଭା କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏପରିକି ଶୂନ୍ୟକାଳ ଓ ପ୍ରଶ୍ନକାଳ ମଧ୍ୟ ହୋଇ ପାରିନଥିଲା। ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା। ଏହା ପରେ ମଧ୍ୟ ଗୃହକାର୍ଯ୍ୟ ସ୍ଵଭାବିକ ହୋଇ ପାରିନଥିଲା।

Breaking News