ରିପୋର୍ଟ କାର୍ଡ / ଭୁବନେଶ୍ୱର
ପିପିଲି ଉପ ନିର୍ବାଚନ ପାଇଁ ରୁଦ୍ର ପତାପ ମହାରଥୀ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରୁ ଦଳୀୟ ଟିକେଟ ଗ୍ରହଣ କରିଛନ୍ତି । ନବୀନ ନିବାସରେ ତାଙ୍କୁ ଟିକେଟ ହସ୍ତାନ୍ତର କରିଥିଲେ | ସେ ନିଜ ଭଉଣୀ ପଲ୍ଲବୀଙ୍କ ସହ ନବୀନ ନିବାସ ଯାଇଥିଲେ। ରୁଦ୍ର ଟିକେଟ୍ ନେବା ସହ ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ବିଜୟ ପାଇଁ ଆଶୀର୍ବାଦ ନେଇଛନ୍ତି। ଆସନ୍ତା ମଙ୍ଗଳବାର ୩୦ ତାରିଖରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି। ନବୀନ ନିବାସରେ ବରିଷ୍ଠ ନେତା ଦେବୀ ମିଶ୍ର, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ରୁଦ୍ର ଭଉଣୀ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଟିକେଟ୍ ଗ୍ରହଣ କରିଛନ୍ତି। ଗତଥର ଅପେକ୍ଷା ଆହୁରି ଅଧିକ ଭୋଟରେ ରୁଦ୍ର ଜିତିବେ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ବାପା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି ବୋଲି କହିଛନ୍ତି ରୁଦ୍ର ପ୍ରତାପ। ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି।






More Stories
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..
ରାଜ୍ୟ କ୍ୟାବିନେଟ ବୈଠକରେ ୧୦ ପ୍ରସ୍ତାବକୁ ଅନୁମୋଦନ……