ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ଓ ସମଗ୍ର ୟୁରୋପ ୟୁକ୍ରେନ୍ର ପକ୍ଷ ନେବା ସହ ରୁଷ୍ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଭଳି ସ୍ଥିତିରେ ଭାରତ କିନ୍ତୁ ରୁଷ୍ ସହ ତା’ର ପୂର୍ବ ସଂପର୍କ ବଜେଇ ରହିଛି। ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ ଏନ୍ଏସ୍ଏ ଅଜିତ ଡୋଭାଲ୍ଙ୍କ ମସ୍କୋ ଗସ୍ତ ପୂରା ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଥିବା ବେଳେ ଉଭୟ ରାଷ୍ଟ୍ର ଦ୍ବିପାକ୍ଷିକ ରଣନୀତିକ ସଂପର୍କ ଅଧିକ ସୁଦୃଢ଼ କରିବାକୁ ସହମତ ହୋଇଛନ୍ତି। ଏଭଳି ସ୍ଥିତିରେ ରୁଷ୍ ବିରୋଧୀ ରଣନୀତିରେ ବିଦେଶ ନୀତି ପରିଚାଳନା କରୁଥିବା ଆମେରିକାର ଚିନ୍ତା ବଢ଼ିଛି। ଡେମୋକ୍ରାଟିକ୍ ପାର୍ଟି ଦ୍ବାରା ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ ବାଇଡେନ ପ୍ରଶାସନ ଏକ ସୁଦୃଢ଼ ଓ ଗଣତାନ୍ତ୍ରିକ ଭାରତକୁ ସମର୍ଥନ କରିବା ସହ ରୁଷ୍ ବିରୋଧରେ କଠୋର କଟକଣା ଜାରି ରଖିବା ଆବଶ୍ୟକ। ଭାରତ ବିରୋଧରେ ଆମେରିକା କଟକଣା ଜାରି କରିବା ନେଇ ପୂର୍ବରୁ କେତେକ ଚେତାବନୀ ଦିଆଯାଇଥିବା ବେଳେ ଭାରତ ଏହାକୁ ଭୃକ୍ଷେପ ନକରି ରୁଷ୍ ସହ ବ୍ୟବସାୟିକ ସଂପର୍କ ବୃଦ୍ଧି କରିଥିଲା।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..