Report Card Odisha

| Daily Odia News

ବୟସ ବଢ଼ୁଥିବାରୁ ଚିନ୍ତାରେ ପୁଟିନ, ବୟସ ନିରୋଧ ଔଷଧ’ ପ୍ରସ୍ତୁତ ପାଇଁ ବୈଜ୍ଞାନିକଙ୍କୁ ଦେଲେ ନିର୍ଦେଶ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବୟସ ବୃଦ୍ଧି ପାଉଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପୁଟିନ। ତେଣୁ ତୁରନ୍ତ ଜରୁରିକାଳୀନ ଭିତ୍ତିରେ ବୟସ ନିରୋଧ ଔଷଧ ତିଆରି କରିବାକୁ ବୈଜ୍ଞାନିକମାନଙ୍କୁ ନିର୍ଦେଶ ଦେଇଛନ୍ତି ରୁଷ ରାଷ୍ଟ୍ରପତି। ତୁରନ୍ତ ଏହି ଔଷଧ ପ୍ରସ୍ତତି ପାଇଁ ନିର୍ଦେଶ ରହିଥିବାରୁ ବୈଜ୍ଞାନିକମାନେ ବି ଅଡୁଆରେ ପଡ଼ିଯାଇଛନ୍ତି। ପୁଟିନଙ୍କୁ ଏବେ ୭୧ ବର୍ଷ। ସେ ତାଙ୍କ ଜୀବନ ପ୍ରତ୍ୟାଶା ବୃଦ୍ଧି କରିବା ଲାଗି ଚାହୁଁଛନ୍ତି, ଯାହାଫଳରେ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ ଶାସନ ଗାଦିରେ ରହିପାରିବେ। ଏହା ସହିତ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବୟସ ବି ଅଧିକ। ସେମାନଙ୍କ ମଧ୍ୟରେ ରହିଛନ୍ତି ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଯାହାଙ୍କୁ ଏବେ ୭୪ ବର୍ଷ। ସେହିପରି ସଂଘୀୟ ନିରାପତ୍ତା ସେବାର ମୁଖ୍ୟ ଆଲେକ୍‌ଜାଣ୍ଡର ବର୍ଟନିକୋଭ(୭୨), ବରିଷ୍ଠ ଉପଦେଷ୍ଟା ନିକୋଲାଇ ପାଟ୍ରୁଶେଭ(୭୩), ସର୍ଗେ ନାରିସକିନ୍‌(୭୦) ଏବଂ ରୁଷୀୟ ସିନେଟ୍‌ର ମୁଖପାତ୍ର ଭାଲେଣ୍ଟିନା ମାଟଭିୟେଙ୍କୋ(୭୫) ମଧ୍ୟ ପୁଟିନଙ୍କ ସହଯୋଗୀଙ୍କ ମଧ୍ୟରେ ରହିଛନ୍ତି। ଏମାନଙ୍କୁ ସାଙ୍ଗରେ ନେଇ ପୁଟିନ ଦେଶର ଶାସନ ଭାର ସମ୍ଭାଳୁଛନ୍ତି। ଏମାନେ ସମସ୍ତେ ପୁଟିନଙ୍କର ଅତି ବିଶ୍ଵସ୍ତ। ତେଣୁ ପୁଟିନ ଏବଂ ତାଙ୍କ ସହଯୋଗୀମାନେ କିପରି ନିଜର ବୟସ ହ୍ରାସ କରିପାରିବେ ସେଥିପାଇଁ ଔଷଧ ପ୍ରସ୍ତୁତ କରିବାକୁ ବୈଜ୍ଞାନିକମାନଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ପୁଟିନଙ୍କ ଏହି ନିର୍ଦେଶ ପରେ ଚିନ୍ତାରେ ପଡ଼ିଯାଇଛନ୍ତି ବୈଜ୍ଞାନିକମାନେ। କାରଣ ଔଷଧ ତିଆରି ପାଇଁ ଶହ ଶହ କୋଟି ଟଙ୍କାର ଆବଶ୍ୟକତା ରହିଛି। ମାତ୍ର ବର୍ତ୍ତମାନ ପରିସ୍ଥିତିରେ ସରକାର ଏହି ପ୍ରକଳ୍ପ ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ ନାହିଁ। ତେଣୁ କିପରି ଔଷଧ ତିଆରି କରାଯିବ ତାହାକୁ ନେଇ ଅଡୁଆରେ ପଡ଼ିଯାଇଛନ୍ତି ବୈଜ୍ଞାନିକ।

Breaking News