ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ର ଝାପୋରିଝଝିଅର ଅଞ୍ଚଳରେ ଗତକାଲି ରାତିସାରା ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଗୋଟିଏ ଅଟ୍ଟାଳିକା ଧ୍ୱଂଶ ହୋଇଥିବା ବେଳେ ଜଣକର ମୃତ୍ୟୁ ଘଟିଛି। ସେହିପରି ଆକ୍ରମଣରେ ୩୩ ଜଣ ଆହତ ହୋଇଛନ୍ତି। ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବିଦାୟ ଦେବା ବେଳେ ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ବିସ୍ଫୋରଣରେ ଗୋଟିଏ କୋଠା ଭୁଶୁଡ଼ିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି ଟ୍ୱିଟ୍ କରି କହିଛନ୍ତି ଯେ, ବର୍ତ୍ତମାନ ସାଧାରଣ ଲୋକ ଏବଂ ଶିଶୁ ରହୁଥିବା ଆବାସିକ ଅଞ୍ଚଳ ଉପରେ ଗୁଳି ଚଳାଯାଉଛି। ୟୁକ୍ରେନ୍ ହେଉକି ବିଶ୍ୱର କୌଣସି ସ୍ଥାନରେ ଏମିତି ହେବା ଉଚିତ ନୁହଁ। ରୁଷର ଆତଙ୍କବାଦ କାର୍ଯ୍ୟକୁ ତୁରନ୍ତ ବିଲୋପ କରିବା ପାଇଁ ସେ ବିଶ୍ୱବାସୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଏହାକୁ ବନ୍ଦ କରିବାକୁ ଚାଇନା ତରଫରୁ ପ୍ରସ୍ତାବ ଦିଆଯାଇଛି। ଚାଇନା ରାଷ୍ଟ୍ରପତି ସି ଜିନ୍ପିଙ୍ଗ ରୁଷ୍ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା କରିଥିଲେ। ଦୁଇ ନେତାଙ୍କ ତରଫରୁ ମିଳିତ ଭାବେ ଜାରି ବିବୃତିରେ ଯୁଦ୍ଧ ବନ୍ଦ ପାଇଁ ବାର୍ତ୍ତାଳାପକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ବାର୍ତ୍ତାଳାପ ଦ୍ୱାରା ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବନ୍ଦ କରାଯାଇ ପାରିବ ବୋଲି ବିବୃତିରେ ଦର୍ଶାଯାଇଛି।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..