Report Card Odisha

| Daily Odia News

ପରମାଣୁ ବୋମା ପ୍ରୟୋଗ ଧମକ ଦେଲେ ପୁଟିନ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆହୁରି ଭୟଙ୍କର ହୋଇପାରେ ରୁଷ-ୟୁକ୍ରେନ୍ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲଢ଼େଇ ଦୀର୍ଘ ୭ ମାସ ହେବ ଜାରିରହିଛି | ଆଗକୁ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । କାରଣ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି । ଦେଶବାସୀଙ୍କୁ ଟେଲିଭିଜନ ମାଧ୍ୟମରେ ରୁଷ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି । ତାଙ୍କ ବାର୍ତ୍ତାରେ ଆଗକୁ ପରମାଣୁ ବୋମା ପ୍ରୟୋଗ କରିବା ନେଇ ଧମକ ଦେଇଥିବା ଜଣାପଡୁଛି । ପୁଟିନ୍ କହିଛନ୍ତି କି, ଆଗକୁ ଦେଶ ଏକ ବଡ଼ ମୁକାବିଲାର ସାମ୍ନା କରିବ । ତେଣୁ ରୁଷବାସୀ ଏଥିପାଇଁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ରୁଷିଆକୁ ଧ୍ବଂସ କାଇଁ ପାଶ୍ଚାତ୍ୟ ରାଷ୍ଟ୍ର ଉଦ୍ୟମ କରୁଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ରୁଷିଆକୁ ଧ୍ବଂସ କରିବାକୁ ଉଦ୍ୟମ କରାଯାଉଛି । ଯଦି ଆମ ଦେଶ ପ୍ରତି ବିପଦ ଆସେ ତେବେ ସମସ୍ତ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି ସେ ସିଧାସିଧା ଟେଲିଭିଜନ ମାଧ୍ୟମରେ ଧମକ ଦେଇଛନ୍ତି । ଖାଲିସେତିକି ନୁହେଁ ସେ କହିଛନ୍ତି ଏହି ଲଢ଼େଇରେ ରୁଷିଆ ପାଖରେ ଥିବା ସବୁ ଅସ୍ତ୍ର ପ୍ରୟୋଗ କରାଯିବ ।

Breaking News