ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପିଏମ କେଆର୍ସ ପାଣ୍ଠିର ଅନ୍ୟତମ ଟ୍ରଷ୍ଟି ଭାବରେ ବିଶିଷ୍ଠ ଶିଳ୍ପପତି ରତନ ଟାଟାଙ୍କୁ ସାମିଲ କରାଯାଇଛି। ଏହି ଟ୍ରଷ୍ଟ ପାଇଁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ କେ ଟି ଥୋମାସ୍, ପୂର୍ବତନ ଉପବାଚସ୍ପତି କାରିଆ ମୁଣ୍ଡାଙ୍କ ସମେତ ଟାଟା ସନ୍ସର ଚେୟାରମ୍ୟାନ୍ ରତନ ଟାଟାଙ୍କୁ ଟ୍ରଷ୍ଟି ଭାବେ ମନୋନୀତ କରାଯାଇଛି। ଏମାନଙ୍କ ବ୍ୟତୀତ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପିଏମ କେଆର୍ସ ପାଣ୍ଠିର ଟ୍ରଷ୍ଟି ଥିବା ଜଣାପଡ଼ିଛି। ଟ୍ରଷ୍ଟିମାନେ ପିଏମ କେଆର୍ସ ପାଣ୍ଠିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ରଷ୍ଟିମାନଙ୍କୁ ସ୍ୱାଗତ କରିଛି। ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେଆର୍ସ ପାଣ୍ଠିର ଟ୍ରଷ୍ଟି ବୋର୍ଡକୁ ନେଇ ବୈଠକର ଅଧ୍ୟକ୍ଷତା କରିବାର ଗୋଟିଏ ଦିନ ପରେ ଟ୍ରଷ୍ଟିଙ୍କ ନାଁ ଘୋଷଣା କରାଯାଇଛି। ଗତକାଲି ହୋଇଥିବା ବୈଠକରେ ପିଏମ କେଆର୍ସ ପାଣ୍ଠି ସହାୟତାରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା ହେବା ସହ ରତନ ଟାଟାଙ୍କ ସମେତ ନବନିର୍ବାଚିତ ଟ୍ରଷ୍ଟି ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ବୋଲି ଜଣାପଡ଼ିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ଟ୍ରଷ୍ଟି ଏବଂ ପରାମର୍ଶଦାତାଙ୍କ ଅଂଶଗ୍ରହଣ ପିଏମ କେଆର୍ସ ପାଣ୍ଠିର କାର୍ଯ୍ୟକାରିତାକୁ ବ୍ୟାପକ ଦୃଷ୍ଟିକୋଣ ପ୍ରଦାନ କରିବ।






More Stories
ସରକାରଙ୍କ ନୂଆ ନିୟମ…..
ଦିଲ୍ଲୀ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ଆତ୍ମହତ୍ୟା…..
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..