ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରୁଷ ପକ୍ଷରୁ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି | ଫଳରେ ୧୩ ନାଗରିକଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ୟୁକ୍ରେନର ଜାପୋରିଝଝିଆ ସହରରେ ଏହି ଆକ୍ରମଣ କରାଯାଇଛି। ଏଥିରେ ଅନ୍ୟ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଏହାର ଦୃଶ୍ୟକୁ ପୋଷ୍ଟ କରିଛନ୍ତି। ଆକ୍ରମଣସ୍ଥଳରେ ଧ୍ଵଂସାବଶେଷ ତଳେ କିପରି ମୃତଦେହଗୁଡ଼ିକ ପଡ଼ି ରହିଛି ଏବଂ ଆହତମାନଙ୍କ ଡାକ୍ତରଖାନା ନିଆଯିବାର ଦୃଶ୍ୟ ଦେଖିବାକୁ ମିଳିଛି। ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ରୁଷ ଲାଗାତାର ଆକ୍ରମଣ ଜାରି ରଖିଛି। ଏଥିରେ ହଜାର ହଜାର ୟୁକ୍ରେନ ନାଗରିକ ପ୍ରାଣ ହରାଇଛନ୍ତି। ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ୟୁରୋପରେ ଏହା ସବୁଠୁ ବଡ଼ ଯୁଦ୍ଧ ବୋଲି କୁହାଯାଉଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..