ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ‘ଜେଡ୍’ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଏହାପୂର୍ବରୁ ଜୟଶଙ୍କରଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଉଥିଲା। ସରକାରୀ ସୂତ୍ର ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ କୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ବହନ କରିବାକୁ କହିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ଏହି ଦାୟିତ୍ୱ ତୁଲାଉଥିଲା । ୬୮ ବର୍ଷିୟ ଜୟଶଙ୍କରଙ୍କୁ ‘ୱାଇ’ ବର୍ଗର ସୁରକ୍ଷା କର୍ଡନରେ ଦିଲ୍ଲୀ ପୋଲିସ ଏକ ସଶସ୍ତ୍ର ଦଳ ସୁରକ୍ଷା ଦେଉଥିଲେ। କିନ୍ତୁ ଏବେ ଠାରୁ ତାଙ୍କ ଚାରିପାଖରେ ସିଆରପିଏଫ ଯବାନମାନେ ରହିବେ। ସେ ଦେଶ ଭିତରେ ଯେଉଁଠି କି ଯିବେ, ତାଙ୍କ ଚାରିପାଖରେ ୧୪ରୁ ୧୫ ଜଣ ସଶସ୍ତ୍ର ଯବାନ ରହିବେ। ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ଜୟଶଙ୍କର ଯାତାୟାତ କରିବେ।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….