ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଓ ଋଷ ମଧ୍ୟରେ ବିବାଦ ମୁହାଁମୁହିଁ ସ୍ଥିତି ରହିଛି | କେତେବେଳେ ବି ଯୁଦ୍ଧ ହୋଇପାରେ । ଏହାମଧ୍ୟରେ ଋଷ ଓ ଭାରତ ମଧ୍ୟରେ ଥିବା ପ୍ରତିରକ୍ଷା ସମ୍ପର୍କ ଉପରେ ପ୍ରତିକ୍ରିୟା ରଖିଛି ଆମେରିକା । ଉଭୟ ଦେଶ ମଧ୍ୟରେ ଏସ-୪୦୦ ମିସାଇଲକୁ ନେଇ ହୋଇଥିବା ଚୁକ୍ତି ଉପରେ ୟୁଏସ ନଜର ରଖିଥିବା କହିଛି । ଆମେରିକୀୟ ଷ୍ଟେଟ୍ ସ୍ପୋକ୍ ପର୍ସନ ନେଡ୍ ପ୍ରାଇସ୍ କହିଛନ୍ତି ଯେ, ଏସ-୪୦୦ ମିସାଇଲ ସିଷ୍ଟମ ଉପରେ ସଦାବେଳେ ଆମେରିକା ସତର୍କ ଦୃଷ୍ଟି ରଖିଛି । ଏହାକୁ ବ୍ୟବହାର କରି ଋଷ ଅନେକ ଦେଶ ସହ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରୁଛି । ବାହାରେ ବି ଋଷ ଏହି ମିସାଇଲକୁ କୁଟନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି । ସେ ଆହୁରି କହିଛନ୍ତି ଯେ, ସେ ଭାରତ ସରକାରଙ୍କ ସହ ଏନେଇ ଆଲୋଚନା କରିବେ । ଚୁକ୍ତି ଦ୍ୱାରା କଣ ବିପଦ ରହିଛି ସେନେଇ ସେମାନେ ଭାରତ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କ ପାଖରେ ଭାରତ ପାଇଁ କିଛି ଅଫର ନାହିଁ । ଏହାସତ୍ତ୍ୱେ ଭାରତରେ ଥିବା ଆମେରିକୀୟ ପାର୍ଟନରଙ୍କ ସହ ଆଲୋଚନା ଜାରି ରହିବ । କିପରି ଭାରତ ଋଷ ସହ ନୂଆ ପ୍ରତିରକ୍ଷା ଚୁକ୍ତି କରିବ ନାହିଁ ସେନେଇ ସେମାନେ ଭାରତ ସହ କଥା ହେବେ ବୋଲି ପ୍ରାଇସ୍ କହିଛନ୍ତି । ରିପୋର୍ଟ ଅନୁସାରେ, ଋଷିଆ ଆସନ୍ତା ଏପ୍ରିଲ ମାସରେ ଭାରତକୁ ପ୍ରଥମ ପର୍ଯ୍ୟାୟରେ ଏସ-୪୦୦ ମିସାଇଲ ସିଷ୍ଟମ ପ୍ରଦାନ କରିବ । ଯାହା ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରିବ । ଭାରତ ଋଷ ସହ ୫ ବିଲିୟନ ଡଲାରରେ ୫ଟି ୟୁନିଟ୍ କିଣିବ । ଏନେଇ ୨୦୧୮ରେ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଥିଲା ।ସୂଚନାଯୋଗ୍ୟ,ଏସ-୪୦୦ ମିସାଇଲ ସିଷ୍ଟମକୁ ବ୍ୟବହାର କରିବା ସହଜ । ଏହାର ଲକ୍ଷ୍ୟଭେଦ କ୍ଷମତା ୪୦୦ କିମି ଓ ଏହାକୁ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇ ପାରିବ ।






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..