ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଗର ସଲ୍ଟ ନାମକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ି ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଏଭଳି ଅଘଟଣ ଘଟିଛି ଗୁଜରାଟର ମୋରବି ଜିଲ୍ଲାରେ ହଲବଡର ଜିଆଇଡିସି ସ୍ଥିତ ଲୁଣ କାରଖାନାରେ | ମିଳିଥିବା ସୂଚନା ମୁତାବକ, କାନ୍ଥ ଭୁଶୁଡ଼ିବା କାରଣରୁ ପ୍ରାୟ ୩୦ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ। ମୃତକ ଓ ଆହତମାନଙ୍କୁ ଜେସିବି ମେସିନ ସାହାଯ୍ୟରେ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସହରର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି, ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। କାନ୍ଥ ଭୁଶୁଡ଼ିବା ପରେ ସ୍ଥାନୀୟ ଲୋକେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଦିନ ପ୍ରାୟ ୧୨ ସମୟରେ ଘଟିଛି ଏହି ଅଘଟଣ। ଘଟଣା ପରେ ସ୍ଥାନୀୟ ବିଧାୟକ ପରସୋତ୍ତମ ସବରିୟା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ କାନ୍ଥ ଭୁଶୁଡ଼ିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……