Report Card Odisha

| Daily Odia News

ସାଲୁଗା ପ୍ରଧାନ ହେଲେ ଉପବାଚସ୍ପତି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସାଲୁଗା ପ୍ରଧାନ ହେଲେ ଓଡିଶା ବିଧାନସଭାର ନୂଆ ଉପବାଚସ୍ପତି | ଶ୍ରୀ ପ୍ରଧାନ ହେଉଛନ୍ତି ଜି. ଉଦୟଗିରିର ବିଜେଡି ବିଧାୟକ | ଆଜି ସର୍ବ ସହମତି କ୍ରମେ ନିର୍ଦ୍ବନ୍ଦରେ ସାଲୁଗା ପ୍ରଧାନ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି |  ସାଢେ ୯ଟା ବେଳେ ବିଧାନସଭାରେ ହୋଇଛି ମତଦାନ । ବିଧାୟକ ସାଲୁଗା ପ୍ରଧାନ ଏକ ମାତ୍ର ପ୍ରାର୍ଥୀ ନାମାଙ୍କନ କରିଥିବାରୁ ସେ ପରବର୍ତ୍ତୀ ଉପ-ବାଚସ୍ପତି ହେବା ଏକ ପ୍ରକାର ସୁନିଶ୍ଚିତ ଥିଲା । ପରେ ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ଦିବଂଗତ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହେବା କାର୍ଯ୍ୟକ୍ରମ ରହିଛି ।

Breaking News