ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଚର୍ଚ୍ଚାରେ ସାଉଥ ଲୋକପ୍ରିୟ ତଥା ସୁନ୍ଦରୀ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୃ। ନିକଟରେ ଅକ୍ଷୟ କୁମାରଙ୍କ ସହ କଫି ୱିଥ୍ କରଣର ତୃତୀୟ ଏପିସୋଡରେ ଭାଗ ନେଇଥିଲେ। ଏହି ସମୟରେ ଅଭିନେତ୍ରୀ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଅନେକ କିଛି ସେୟାର କରିଥିଲେ। ଏହି ସମୟରେ ସେ ଏକ୍ସ ସ୍ୱାମୀ ନାଗା ଚୈତନ୍ୟଙ୍କ ଛାଡପତ୍ର ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କହିଥିଲେ। ଏହା ସହିତ ସେ ଆହୁରି ମଧ୍ୟ ସ୍ୱୀକାର କରିଛନ୍ତି ଯେ ଦୁହିଁଙ୍କ ମଧ୍ୟରେ ତଥାପି ହାର୍ଡ ଫିଲିଙ୍ଗସ୍ ଅଛି ଏବଂ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ ।

କଫି ୱିଥ୍ କରଣର କନଭରସେସନ୍ରେ କରଣ ସାମନ୍ଥାଙ୍କୁ ପଚାରିଥିଲେ କି “ତୁମ ମାମଲାରେ, ମୁଁ ଭାବୁଛି କି ତୁମେ ପ୍ରଥମ ଥର ତୁମେ ଏବଂ ତୁମ ସ୍ୱାମୀ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲ” କରଣଙ୍କ କଥାକୁ ମଝିରେ ମନେ ପକାଉଥାନ୍ତି କି ସେ ମୋର ଏକ୍ସ ତଥା ପୂର୍ବତନ ସ୍ୱାମୀ । ଏହା ସହ କୁହନ୍ତି କି ଯେତେବେଳେ ତୁମେ ଏବଂ ତୁମର ପୂର୍ବତନ ସ୍ୱାମୀ ଅଲଗା ହେଲେ ସେହି ସମୟରେ ବହୁତ ଟ୍ରୋଲିଂ ହୋଇଛି | ଏହାକୁ ନେଇ ଅଭିନେତ୍ରୀ କହିଛନ୍ତି- “ହଁ, ମୁଁ ଏଥିରେ ଅଭିଯୋଗ କରିପାରିବି ନାହିଁ କାରଣ ମୁଁ ନିଜ ପାଇଁ ଉଚିତ୍ ରାସ୍ତା ବାଛିଥିଲି । ଯେତେବେଳେ ଅଲଗା ହେଲି, ମୁଁ ଅଧିକ ବିବ୍ରତ ହୋଇନି କି କାରଣ ସେମାନେ ମୋତେ ହଇରାଣ କରି ନାହାନ୍ତି। ହଁ ଏହା ମୋ ପାଇଁ ସାମାନ୍ୟ କଷ୍ଟ ହୋଇଛି, କିନ୍ତୁ ବର୍ତ୍ତମାନ ଏହା ମୋ ପାଇଁ ଭଲ। ଏବେ ମୁଁ ଅଧିକ ଶକ୍ତିଶାଳୀ ହୋଇପାରିଛି ।” ଯେତେବେଳେ କରଣ ତାଙ୍କୁ ପଚାରିଲେ, “ତୁମର ତାଙ୍କ ପ୍ରତି ହାର୍ଡ ଫିଲିଙ୍ଗସ୍ ଅଛି କି?” ସାମନ୍ତ ଉତ୍ତର କାହିଥିଲେ କି “ହଁ , ଯଦି ତୁମେ ଆମ ବର୍ତ୍ତମାନ ସମୟ ଅନୁସାରେ ସମ୍ପର୍କ ଭଲ ନାହିଁ ହେଲେ ଭବିଷ୍ୟତରେ ହୋଇପାରେ ।






More Stories
ଦିଲ୍ଲୀ ବ୍ଲାଷ୍ଟ କେସ୍ ସହିତ ଏମାନଙ୍କ କୌଣସି ସଂପର୍କ ନାହିଁ……
ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ…..
ରାଜଧାନୀରେ ଲଜ୍ଜ୍ୟା…..