ରିପୋର୍ଟ କାର୍ଡ / ସମ୍ବଲପୁର
ପୋଲିସ ଚା’ ପିଇବା ବେଳେ ଖସିପଳାଇଲା ଅଭିଯୁକ୍ତ। ଏଭଳି ଘଟଣା ଘଟିଛି ସମ୍ବୁଲପୁର ଜିଲ୍ଲା ନାକଟିଦେଉଳ ଥାନା ଅନ୍ତର୍ଗତ ଗୋଧିଢିପ ଛକ ନିକଟରେ। ପୋଲିସ ଅଭିଯୁକ୍ତକୁ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକା ବନ୍ଦୀ କରି ଖୋଜୁଛି। ୧୦ଦିନ ତଳେ ନାକଟିଦେଉଳ ଥାନା ଅଞ୍ଚଳରେ ଚୋରି ହୋଇଥିଲା। ଏହି ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ଼ ଆରମ୍ଭ କରିଥିଲା। ଅଭିଯୁକ୍ତ ଜଣଙ୍କ ବୌଦ୍ଧ ଜିଲ୍ଲାରେ ଥିବା ପୋଲିସ ଜାଣିବାକୁ ପାଇଥିଲା। ଗତକାଲି ନାକଟିଦେଉଳ ଥାନାର କିଛି ପୋଲିସ କର୍ମଚାରୀ ବୌଦ୍ଧ ଯାଇ ଅଭିଯୁକ୍ତକୁ ଗିରଫ କରିଥିଲେ। ପରେ ପୋଲିସ କର୍ମଚାରୀମାନେ ଅଭିଯୁକ୍ତକୁ ଗାଡ଼ିରେ ବସାଇ ନାକଟିଦେଉଳ ଥାନାକୁ ଆଣିଥିଲେ। ପୋଲିସ କର୍ମଚାରୀ ଅଭିଯୁକ୍ତକୁ ଥାନାକୁ ନ ନେଇ ଥାନାଠୁ ୨ କିମି ଦୂରରେ ଗାଡ଼ି ରଖି ଚାହା ପିଉଥିବା ବେଳେ ଅଭିଯୁକ୍ତ ଜଣଙ୍କ ପୋଲିସ କୁ ଚକମା ଦେଇ ଚମ୍ପଟ ମାରିଥିଲା। ପୋଲିସ ଅଭିଯୁକ୍ତକୁ ଖୋଜାଖୋଜି କରୁଛି।






More Stories
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….