Report Card Odisha

| Daily Odia News

ସମଲିଙ୍ଗୀ ବିବାହ ମାମଲାରେ ରାଜ୍ୟମାନଙ୍କୁ ପକ୍ଷଭୁକ୍ତ କରାଯିବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟରେ ସାନି ସତ୍ୟପାଠ ଦାଖଲ କରିଛନ୍ତି। ସମଲିଙ୍ଗୀ ବିବାହ ସଂକ୍ରାନ୍ତ ବିତର୍କ ରାଜ୍ୟ ବିଧାନସଭା ପରିସରଭୁକ୍ତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ଉଚିତ ବୋଲି କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି। କାରଣ, ଏ ବିଷୟରେ ସେମାନଙ୍କର ମତାମତ ଅତ୍ୟାବଶ୍ୟକ। ଉଲ୍ଲେଖଯୋଗ୍ୟ, ସମ୍ପ୍ରତି ସୁପ୍ରିମ୍‌ କୋର୍ଟ ସମଲିଙ୍ଗୀ ବିବାହର ଆଇନଗତ ବୈଧ୍ୟତା ଦାବି କରି ଦାଏର କରାଯାଇଥିବା କେତେକ ପିଟିସନ୍‌ର ଶୁଣାଣି କରୁଛନ୍ତି। କେନ୍ଦ୍ର ସରକାର କିନ୍ତୁ, ଏହାକୁ ବୈଧ୍ୟତା ମଞ୍ଜୁର କରିବା କଥାକୁ ବିରୋଧ କରୁଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ମାମଲାର ପକ୍ଷ ହୋଇ ୧୦ ଦିନ ମଧ୍ୟରେ ନିଜ ନିଜର ତମ ଦାଖଲ କରନ୍ତୁ ବୋଲି ଏବେ କେନ୍ଦ୍ର ସରକାର କହୁଛନ୍ତି। ସମ୍ପ୍ରତି ଏହି ମାମଲାରେ ଥିବା ପକ୍ଷମାନେ ହେଉଛନ୍ତି ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼, ବିଚାରପତି ସଞ୍ଜୟ କିଷନ୍‌ କ‌ଉଲ୍‌, ଏସ୍‌. ରବୀନ୍ଦ୍ର ଭଟ୍ଟ, ହିମା କୋହ୍‌ଲି ଓ ପି. ଏସ୍. ନରସିଂହଙ୍କୁ ନେଇ ଗଠିତ ୫ଜଣିଆ ବିଚାରପତିବିଶିଷ୍ଟ ସୁପ୍ରିମ୍‌ କୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ। ଆଡ୍‌ଭୋକେଟ୍‌ ଭାବେ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିନିଧିତ୍ବ କରୁଛନ୍ତି, ଭାରତର ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା। ପିଟିସନ୍‌କାରୀଙ୍କ ତରଫରୁ ପ୍ରତିନିଧିତ୍ବ କରୁଥିବା ଓକିଲମାନେ ହେଉଛନ୍ତି, ମୁକୁଲ୍‌ ରୋହ୍‌ତୋଗି, ସୌରଭ କୃପାଳ, ନୀରଜକିଷନ୍‌ କଉଲ୍‌, ମେନକା ଗୁରୁସ୍ବାମୀ, ଅରୁନ୍ଧତୀ କାଟଜୁ, ଆନନ୍ଦ ଗ୍ରୋଭର୍‌, ଅଖିଳ ସିବଲ୍‌, ଶାହାଦନ୍‌ ଫରାସତ୍‌ ଓ କରୁଣା ନନ୍ଦୀ।

Breaking News