Report Card Odisha

| Daily Odia News

ସାମ୍ନାକୁ ଆସିଲା କରୋନାର ନୂଆ ଭାରିଆଣ୍ଟ ‘ମ୍ୟୁ’,କାମ ନକରିପାରେ ଟିକାର ପ୍ରଭାବ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀର୍ଘ ଦିନ ଧରି ଵିଶ୍ଵ କରୋନା ମହାମାରୀ ସହିତ ଲଢେଇ କରି ଚାଲିଛି | ଲହର ପରେ ଲହର ମାଧିଆସୁଛି | ଦିନକୁ ଦିନ ନୂଆନୂଆ ଭାରିଆଣ୍ଟ ଚିହ୍ନଟ ହେଉଛି | ବର୍ତ୍ତମାନ ପୁଣି କରୋନା ମହାମାରୀର ନୂଆ ଏକ ଭାରିଆଣ୍ଟ ସାମ୍ନାକୁ ଆସିଥିବା ନେଇ ସୂଚନା ମିଳିଛି । ଡେଲଟା, ଡ଼େଲଟା ପ୍ଲସ, ଆଲ୍ଫା,ବିଟା,ଲାମ୍ବଡ଼ା ,ଗାମା ପରେ ଏବେ ବି.୧.୬୨୧ ଆସିଛି। ଯାହାକୁ ଏମ୍‍ୟୁ ବା ମ୍ୟୁ ବୋଲି ମଧ୍ୟ କୁହାଯାଉଛି। ଏହା ଏବେ ସଭିଁଙ୍କ ଚିନ୍ତାର କାରଣ ପାଲଟିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚନାନୁଯାୟୀ, ଏହି ନୂଆ ଭାରିଆଣ୍ଟ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହି ଭାରିଆଣ୍ଟ ଉପରେ ଅଧିକ ଗବେଷଣା ଜାରି ରହିଛି। ଏହି ଭାରିଆଣ୍ଟ ସହ ଜଡିତ ୪୦ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହା ଅଧିକ ବେଗରେ ବ୍ୟାପୁଥିବାରୁ ଆଉ ଏକ ତରଙ୍ଗ ଆଣିବା ନେଇ ସମ୍ଭାବନା ରହିଛି। ହୁ’ର କହିବାନୁଯାୟୀ, ମ୍ୟୁ ଭାରିଆଣ୍ଟ ଟିକାର ପ୍ରଭାବକୁ ଅକାମି କରିଦେଇପାରେ। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ମଧ୍ୟରେ ଗୁରୁତର ପ୍ରଭାବ ପକାଇପାରେ। ଏହା ଡ଼େଲଟା ଭାରିଆଣ୍ଟ ଠାରୁ ଅଧିକ ଘାତକ ସାବ୍ୟସ୍ତ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୦୨୧ରେ ମ୍ୟୁ ଭାରିଆଣ୍ଟ କଲମ୍ବିଆରେ ପ୍ରଥମେ ଚିହ୍ନଟ ହୋଇଥିଲା। ଦେଖୁ ଦେଖୁ ଏହା ଦକ୍ଷିଣ ଆମେରିକା ଏବଂ ୟୁରୋପର କିଛି ସ୍ଥାନରେ ବ୍ୟାପିଲାଣି। ମାତ୍ର ଏହା ଆଗକୁ ଅଧିକ ସଂକ୍ରାମକ ହେବ କି ନାହିଁ ସେନେଇ କୌଣସି ସ୍ପଷ୍ଟତା ଏଯାଏଁ ମିଳିନାହିଁ।

 

Breaking News