ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆର୍ଯ୍ୟନଙ୍କ ଡ୍ରଗ୍ସ ଲିଙ୍କ ମାମଲାର ତଦନ୍ତ ଦାୟିତ୍ୱରୁ ହଟିଛନ୍ତି ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ। ଏହି ମାମଲାର ତଦନ୍ତ କରିବେ ଏସ୍ଆଇଟିର ମୁଖ୍ୟ ଆଇପିଏସ୍ ସଞ୍ଜୟ ସିଂହ। ଆର୍ଯ୍ୟନଙ୍କ ସହ ମୋଟ ୬ଟି ମାମଲାର ତଦନ୍ତ ଦାୟିତ୍ୱ ଏବେ ଏନସିବିର ଏସ୍ଆଇଟି କରିବ। ସୀମର ୱାଙ୍ଖଡେଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ ଆସିବାରୁ ତାଙ୍କୁ ଆର୍ଯ୍ୟନ ଖାନଙ୍କ ମାମଲାରୁ ହଟାଇ ଦିଆଯାଇଛି | ଏଥିସହ ତାଙ୍କର ବଦଳି ମୁମ୍ବାଇ ଏନସିବିରୁ ଦିଲ୍ଲୀ ମୁଖ୍ୟାଳୟକୁ ମଧ୍ୟ ହୋଇଛି। ଏବେ ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଦାୟିତ୍ୱ ପାଇଥିବା ସଞ୍ଜୟ କୁମାର ସିଂହ ହେଲେ ୧୯୯୬ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇପିଏସ୍। ସେ ଏବେ ଡେପୁଟି ନିର୍ଦ୍ଦେଶକ ପାହ୍ୟାର ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଏନସିବି ଗଠନ କରିଥିବା ଏସଆଇଟିର ନେତୃତ୍ୱ ସଞ୍ଜୟ ହିଁ ନେବେ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..