ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ନେତା ସଂଜୟ ସିଂହଙ୍କୁ ସୁପ୍ରିମ୍କୋର୍ଟ ଜାମିନ ପ୍ରଦାନ କରିଥିଲେ। ଜାମିନ୍ ମିଳିବା ପରେ ଏବେ ନିମ୍ନ ଅଦାଲତ ତାଙ୍କ ପାଇଁ କିଛି ସର୍ତ୍ତ ସ୍ଥିର କରିଛନ୍ତି। କୋର୍ଟ କହିଛନ୍ତି ଯେ ସଞ୍ଜୟ ସିଂଙ୍କୁ ତାଙ୍କ ପାସପୋର୍ଟ ଜମା କରିବାକୁ ପଡ଼ିବ। ଏହା ସହିତ ନିଜ ମୋବାଇଲ ନମ୍ବର ଯାଞ୍ଚ ଏଜେନ୍ସିକୁ ଦେଇ ଅନୁସନ୍ଧାନରେ ସହଯୋଗ କରିବାକୁ ପଡ଼ିବ। ଏନସିଆର ବାହାରକୁ ଯିବାର ଥିଲେ ଯାଞ୍ଚ ଅଧିକାରୀଙ୍କୁ ଯାତ୍ରାର ସମସ୍ତ ସୂଚନା ଦେବେ ଏବଂ ନିଜର ଫୋନରେ ଲୋକେସନ ଅନ୍ ରଖିବେ। ଏଭଳି ସର୍ତ୍ତ ପରେ ସଞ୍ଜୟ ସିଂଙ୍କ ଓକିଲ କହିଛନ୍ତି ଯେ, ମୋର ମହକିଲ ଜଣେ ସାଂସଦ। ତାଙ୍କର ଫେରାର ହେବାର କୌଣସି ଉଦ୍ଦେଶ୍ୟ ନାହିଁ। ଗତକାଲି ଶୁଣାଣି ସମୟରେ ଇଡି କୋର୍ଟରେ କହିଥିଲା ଯେ ଆପ୍ ନେତା ସଞ୍ଜୟ ସିଂହଙ୍କୁ ଏହି ମାମଲାରେ ଜାମିନକୁ ନେଇ ଆମର କୌଣସି ଆପତ୍ତି ନାହିଁ। ସଞ୍ଜୟ ସିଂହ ହେଉଛନ୍ତି ଆପ୍ର ପ୍ରଥମ ବରିଷ୍ଠ ନେତା ଯିଏ କି ମଦ ଦୁର୍ନୀତି ସଂକ୍ରାନ୍ତ ମନି ଲଣ୍ଡରିଂ ମାମଲାରେ ନିୟମିତ ଜାମିନ ପାଇଛନ୍ତି। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜେଲ୍ରେ ଅଛନ୍ତି।
More Stories
ତାରାଙ୍କ ପାଇଁ ବାହାରିଲା ବିଜେଡି…..
‘ଜୟନାରାୟଣଙ୍କ ବିବୃତି ସହ ସରକାର ସହମତ ନୁହେଁ’…..
କଳିଙ୍ଗ ଷ୍ଟାଡ଼ିୟମରେ “କଳିଙ୍ଗ ସୁପର କପ୍”…..