Report Card Odisha

| Daily Odia News

ED କାର୍ଯ୍ୟାନୁଷ୍ଠାନରେ ମୁହଁ ଖୋଲିଲେ ସଞ୍ଜୟ ରାଉତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଙ୍କୁଶ କଷିଛନ୍ତି। ଏଥିରେ ସଞ୍ଜୟଙ୍କ ପରିବାର ସଦସ୍ୟଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେଉଥିବା ବେଳେ ସେ ବୁଧବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆଇଏନଏସ ବିକ୍ରାନ୍ତର ସଂରକ୍ଷଣ ଲାଗି ସଂଗ୍ରହ କରାଯାଇଥିବା ୫୦ କୋଟି ଟଙ୍କାର ପାଣ୍ଠି ଏବେ କାହା ପାଖରେ ଅଛି ବୋଲି ରାଜ୍ୟ ବିଜେପିକୁ ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ। ଆଇଏନଏସ ବିକ୍ରାନ୍ତ ଲାଗି ସଂଗୃହୀତ ଏହି ବିଶାଳ ପାଣ୍ଠିକୁ କିରିଟ ସୋମୟା ହଡପ କରିଯାଇଥିବାର ସଞ୍ଜୟ ରାଉତ ସିଧାଶଳଖ ଅଭିଯୋଗ କରିଛନ୍ତି। ରାଉତ କହିଛନ୍ତି ଯେ ୧୯୭୧ ଭାରତ-ପାକ ଯୁଦ୍ଧରେ ନୌସେନା ଯୁଦ୍ଧ ତରୀ ଆଇଏନଏସ୍ ବିକ୍ରାନ୍ତର ଭୂମିକା ଉଲ୍ଲେଖନୀୟ ଥିଲା। ଏଣୁ ଯୁଦ୍ଧତରୀକୁ ସଂଗ୍ରହାଳୟରେ ରୂପାନ୍ତରିତ କରିବା ପାଇଁ ତତ୍କାଳୀନ ବିଜେପି ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଜାହାଜଟି ଯୁଦ୍ଧରେ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ମରମାମତି ଓ ସଂରକ୍ଷଣ ବାବଦେ ୨୦୧୯ରେ ଏକ ଅଭିଯାନ ଚଳାଯାଇଥିଲା। ଆଇଏନଏସ ବିକ୍ରାନ୍ତ ଲାଗି ସଂଗୃହୀତ ଏହି ବିଶାଳ ପାଣ୍ଠିକୁ କିରିଟ ସୋମୟା ହଡପ କରିଯାଇଥିବାର ସଞ୍ଜୟ ରାଉତ ସିଧାଶଳଖ ଅଭିଯୋଗ କରିଛନ୍ତି। ରାଉତ କହିଛନ୍ତି ଯେ ୧୯୭୧ ଭାରତ-ପାକ ଯୁଦ୍ଧରେ ନୌସେନା ଯୁଦ୍ଧ ତରୀ ଆଇଏନଏସ୍ ବିକ୍ରାନ୍ତର ଭୂମିକା ଉଲ୍ଲେଖନୀୟ ଥିଲା। ଏଣୁ ଯୁଦ୍ଧତରୀକୁ ସଂଗ୍ରହାଳୟରେ ରୂପାନ୍ତରିତ କରିବା ପାଇଁ ତତ୍କାଳୀନ ବିଜେପି ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଜାହାଜଟି ଯୁଦ୍ଧରେ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ମରମାମତି ଓ ସଂରକ୍ଷଣ ବାବଦେ ୨୦୧୯ରେ ଏକ ଅଭିଯାନ ଚଳାଯାଇଥିଲା।

Breaking News