ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଦୀପାବଳି ଉପହାର ସ୍ବରୂପ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏହାର ଲାଭ ପାଇବେ। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମହଙ୍ଗା ଭତ୍ତା ବୃଦ୍ଧି ଚଳିତ ବର୍ଷ ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ଜୁଲାଇ ମାସରେ ସରକାର ମହଙ୍ଗା ଭତ୍ତା କୁ ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହା ପରେ ଏବେ ଏହା ୩ ପ୍ରତିଶତ ବୃଦ୍ଧି ପାଇଛି। ଏହାର ଅର୍ଥ ଏବେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୩୧ ପ୍ରତିଶତ ଡିଏ ପାଇବେ। ସରକାରଙ୍କ ଏହି ଘୋଷଣା ଦ୍ୱାରା ୪୭.୧୪ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮.୬୨ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଦୀପାବଳି ଅବସରରେ ଏହି ଘୋଷଣା ସରକାରଙ୍କୁ ବାର୍ଷିକ ୯.୪୮୮ କୋଟି ଟଙ୍କା ଖର୍ଚ୍ଚ ହେବ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..