ରିପୋର୍ଟ କାର୍ଡ / ପୁରୀ
ଏଣିକି ଶନିବାରବି କାଳିଆ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ | ଭକ୍ତଙ୍କ ପାଇଁ ୬ ଦିନ ଖୋଲିବ ଶ୍ରୀମନ୍ଦିର । କେବଳ ରବିବାର ସାନିଟାଇଜେସନ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ସେପ୍ଟେମ୍ବର ମାସର କଟକଣା ହଟିବା ପରେ ଶନିବାର ମଧ୍ୟ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ କାଳିଆ ଦର୍ଶନ କରିପାରୁଥିଲେ ଭକ୍ତ । ତେବେ ପୂର୍ବଭଳି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଆରଟିପିସିଆର ନେଗେଟିଭ ରିପୋର୍ଟ ନଥିଲେ କିମ୍ବା ଦୁଇଟି ଡୋଜ ଟୀକା ନେଇନଥିଲେ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହାବାଦ୍ ମନ୍ଦିର ଭିତରେ କୋଭିଡ ଗାଇଡଲାଇନକୁ କଡାକଡି ପାଳନ କରାଯିବ । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଏସଓପି ଆଜି ବସିଥିବା ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..