ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯୁକ୍ତ ୩ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଗୁରୁବାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୪୦ ହଜାର ୬୧୧ ଜଣଙ୍କୁ ମନୋନୟନ କରାଯାଇଥିଲା। ରାଜ୍ୟର ୧୦୨୨ ମହାବିଦ୍ୟାଳୟରେ କଳା,ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ସଂସ୍କୃତ, ସେଲ୍ଫ ଫାଇନାନ୍ସିଂ (ନିଜସ୍ବ ଦେୟ) ପାଠ୍ୟକ୍ରମରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସରିବା ପରେ ପ୍ରାୟ ପ୍ରାୟ ୧ ଲକ୍ଷ ୩ ହଜାର ୧୦୫ ଆସନ ଖାଲି ରହିଛି। ମୋଟ ୧୫ ହଜାର ୨୩୨ ଜଣ ଉପରିସ୍ଥ ମହାବିଦ୍ୟାଳୟକୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। କଳାରେ ୨୩ ହଜାର ୩୪୬, ଭୌତିକ ବିଜ୍ଞାନରେ ୬ ହଜାର ୯୪୪, ବାୟୋଲୋଜିକାଲ ସାଇନ୍ସରେ ୫ ହଜାର ୮୨୮, ବାଣିଜ୍ୟରେ ୩ ହଜାର ୭୭୧, ସଂସ୍କୃତରେ ୨୩୭ ଓ ସେଲ୍ଫ ଫାଇନାନ୍ସିଂରେ ୪୮୫ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ। ନାମଲେଖା ସରିଥିବାବେଳେ ଚୂଡ଼ାନ୍ତ ତଥ୍ୟ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସାମ୍ସ ୱେବ୍ସାଇଟ୍ରେ ଦାଖଲ କରିଛନ୍ତି। ମୋଟ ୨ ଲକ୍ଷ ୪୯ ହଜାର ୬୦୩ ଆସନ ମଧ୍ୟରୁ ୧ ଲକ୍ଷ ୪୬ ହଜାର ୪୯୮ ବିଦ୍ୟାର୍ଥୀ ଦୁଇ ପର୍ଯ୍ୟାୟରେ ନାମ ଲେଖାଇଛନ୍ତି। ଅନ୍ୟପକ୍ଷରେ ଖାଲିଥିବା ବଳକା ସିଟ୍(ଆସନ) ପାଇଁ ତତ୍କାଳ(ସ୍ପଟ୍) ନାମଲେଖା ତାରିଖ ଖୁବ୍ଶୀଘ୍ର ଘୋଷଣା କରାଯିବ। ସ୍ପଟ୍ ନାମଲେଖା ସମ୍ବନ୍ଧୀୟ ନିୟମାବଳୀ ଓ ତାରିଖ ଚଳିତ ସପ୍ତାହରେ ପ୍ରକାଶ ପାଇବ।






More Stories
ଗଡ଼ିବ ୨୫୦ ନୂଆ ୧୦୮ ଆମ୍ବୁଲାନ୍ସ…..
୧୨ରେ ପାଚିକା-ସହାୟିକାଙ୍କ ଧର୍ମଘଟ…..
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..