ରିପୋର୍ଟ କାର୍ଡ / ଅନୁଗୋଳ
୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସୁସୁବା ପଞ୍ଚାୟତର ସରପଞ୍ଚ ମାମାଲି ସାମଲ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଅଫିସ ଓ ଘରେ ଚଢ଼ାଉ କରିଛି। ‘ମୋ ପୋଖରୀ’ ଯୋଜନାର ବିଲ୍ ପାସ କରାଇ ଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୨୦ ହଜାର ଲାଞ୍ଚ ମାଗିଥିଲେ ସରପଞ୍ଚ। ଏନେଇ ଅନୁଗୋଳ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ ହିତାଧିକାରୀ ଜଣଙ୍କ। ଏହାପରେ ଯୋଜନା ମୁତାବକ ଗତକାଲି ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀଙ୍କଠାରୁ ସରପଞ୍ଚ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଆଉ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ସରପଞ୍ଚଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏଥିସହ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା ଭିଜିଲାନ୍ସ ଟିମ୍।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..