ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ବଡ଼ ନିଷ୍ପତ୍ତି ନେଇ ବର୍ତ୍ତମାନର ଟୋଲ୍ ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି। ଏହା ସହ ସାଟେଲାଇଟ୍ ଟୋଲ୍ କଲେକ୍ସନ ସିଷ୍ଟମ୍ ଲାଗୁ ହେବା ବିଷୟ ଘୋଷଣା କରାଯାଇଛି। ଶୁକ୍ରବାର (ଜୁଲାଇ ୨୬) ସେ କହିଛନ୍ତି ଯେ ସରକାର ଟୋଲ୍ ଉଚ୍ଛେଦ କରୁଛନ୍ତି ଏବଂ ଖୁବଶୀଘ୍ର ସାଟେଲାଇଟ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ଆରମ୍ଭ କରାଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପଛର ଉଦ୍ଦେଶ୍ୟ ହେଉଛି ଟୋଲ୍ ଆଦାୟ ବୃଦ୍ଧି କରିବା ଏବଂ ଟୋଲ୍ ପ୍ଲାଜାରେ ଭିଡ଼ ହ୍ରାସ କରିବା। ରାଜ୍ୟସଭାରେ ଏକ ଲିଖିତ ଉତ୍ତର ଦେଇ ସେ ଏହା ମଧ୍ୟ କହିଛନ୍ତି ଯେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗ୍ଲୋବାଲ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ (ଜିଏନ୍ଏସ୍ଏସ୍) କାର୍ଯ୍ୟକାରୀ କରିବାକୁ ଯାଉଛି। ପ୍ରଥମେ ଏହା କେବଳ କେତେକ ନିର୍ଦ୍ଦିଷ୍ଟ ଟୋଲ୍ ପ୍ଲାଜାରେ ଲାଗୁ କରାଯିବ। ଏହା ପୂର୍ବରୁ ନିତିନ ଗଡ଼କରୀ କହିଥିଲେ, ଏବେ ଆମେ ଟୋଲ ଉଚ୍ଛେଦ କରୁଛୁ ଏବଂ ସାଟେଲାଇଟ୍ ଆଧାରିତ ଟୋଲ୍ ସଂଗ୍ରହ ବ୍ୟବସ୍ଥା ରହିବ। ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ ଏବଂ ଆପଣ ଯାତ୍ରା କରୁଥିବା ଦୂରତା ଅନୁଯାୟୀ ଚାର୍ଜ କରାଯିବ । ଏହାଦ୍ବାରା ସମୟ ଓ ଅର୍ଥ ସଞ୍ଚୟ ହେବ। ପୂର୍ବରୁ ମୁମ୍ବାଇରୁ ପୁଣେ ଯିବାକୁ ୯ ଘଣ୍ଟା ଲାଗୁଥିବା ବେଳେ ଏବେ ତାହା ୨ ଘଣ୍ଟାକୁ ହ୍ରାସ ପାଇଛି।






More Stories
ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ…..
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….