ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଜମିବ ଜିରୋ ନାଇଟ୍ ସେଲିବ୍ରେସନ।ରାସ୍ତାଘାଟରେ ବି ଭିଡ଼ ଜମିବ। ଏହାକୁ ଦୃଷ୍ଟିରେ ରଖି ଚେକିଂ ଓ ବ୍ଳକିଂକୁ କଡ଼ାକଡ଼ି କରିବାକୁ ପ୍ରସ୍ତୁତ ହୋଇଛି କମିଶନରେଟ୍ ପୋଲିସ। ଆସନ୍ତା ଶନିବାର ଅର୍ଥାତ୍ ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୭ଟା ରୁ ରାତି ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ରାସ୍ତାରେ ଚେକିଂ ଓ ବ୍ଲକିଂକୁ କଡ଼ାକଡ଼ି ଭାବେ କରିବ। ସହରର ୨୮ଟି ସ୍ଥାନରେ ଚେକ୍ ପୋଷ୍ଟ୍ କରାଯିବ। ଯେଉଁମାନେ ଦ୍ରୁତଗତି କିମ୍ବା ବେଆଇନ ଭାବେ ଗାଡ଼ି ଚଲାଉଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ୧୭ ଟି ସ୍ଥାନରେ ଚେକ ପୋଷ୍ଟ କରାଯାଇ ମଦ ପିଇ ଗାଡ଼ି ଚଲାଉଥିବା ଲୋକଙ୍କ ଉପରେ ନଜର ରଖାଯିବ। ୪ଟି ସ୍ଥାନରେ କୁଇକ ଆକ୍ସନ ଟିମ ଓ ୩ଟି ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ନିୟୋଜିତ ହେବେ। ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ।






More Stories
୯ ପୋଲିସ ଅଧିକାରୀ ପାଇବେ ଫାଶୀ…..
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..