ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଅବଧି ବୃଦ୍ଧି କରାଯାଇଛି । ସୋମବାର ଯାଏଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ହେପାଜତରେ ରହିବେ। ଅର୍ଥାତ୍ ତାଙ୍କ ରିମାଣ୍ଡ ଅବଧିକୁ ଆସନ୍ତ ଜୁନ୍ ୧୩ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି। ଆଜି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସତ୍ୟେନ୍ଦ୍ର ଜୈନଙ୍କ ରିମାଣ୍ଡ ଅବଧିକୁ ଆହୁରି ୫ ଦିନ ବଢ଼ାଇବା ପାଇଁ ଇଡି କୋର୍ଟରେ ଆବେଦନ କରିଥିଲା। ତେବେ କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆଉ ୪ ଦିନ ପାଇଁ ବଢ଼ାଇଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହି ମାମଲରେ ଇଡି ତାଙ୍କୁ ମେ’ ୩୦ ତାରିଖରେ ଗିରଫ କରିଥିଲା। ନିକଟରେ ମନି ଲଣ୍ଡରିଂ ଆକ୍ଟ ଜରିଆରେ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ପରିସରରେ ଚଢ଼ାଉ ହୋଇଥିଲା। ଏହ ଚଢ଼ାଉ ବେଳେ ୨.୮୨ କୋଟି ନଗଦ ଟଙ୍କା ଓ ୧୩୩ ସୁନା ମୁଦ୍ରା ଜବତ ହୋଇଥିଲା। ଏହାପରେ ଇଡି ରିମାଣ୍ଡ ଅବଧି ବଢ଼ାଇବା ପାଇଁ ଦାବି କରିଥିଲା।






More Stories
ଅସ୍ତ୍ର ବିରତି ସତ୍ତ୍ବେ ଇସ୍ରାଏଲର ଆକ୍ରମଣ ଜାରି….
ସାରା ରାଜ୍ୟ ଉପରେ ରହିବ ସରକାରଙ୍କ ନଜର….
ଆଜି ଆସାମ,କେରଳ ଓ ପୁଡୁଚେରୀ ନିର୍ବାଚନ…..