Report Card Odisha

| Daily Odia News

ଅତିକ୍ ଏବଂ ଅସରଫ ହତ୍ୟାକାଣ୍ଡର ଶୁଣାଣି କରିବେ ସୁପ୍ରିମ୍‌କୋର୍ଟ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ୍ ଅହମଦ ଏବଂ ତା’ ଭାଇ ଅସରଫ ଅହମଦ ହତ୍ୟାକାଣ୍ଡର ତଦନ୍ତ ନେଇ ରୁଜୁ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ। ୩ଜଣ ଅଭିଯୁକ୍ତ ଅରୁଣ ମୋର୍ଯ୍ୟ, ଲବଲେଶ ତିୱାରୀ ଏବଂ ସନ୍ନି ସିଂହ ସାମ୍ବାଦିକ ବେଶରେ ଆସି ଅତିକ୍‌ ଓ ଭାଇ ଅସରଫଙ୍କୁ ହତ୍ୟା କରିଥିଲେ। ପୂରା ଘଟଣା କ୍ୟାମେରାରେ କଏଦ ହୋଇଥିବା ବେଳେ ସେମାନଙ୍କୁ ଏବେ ପୁଲିସ୍‌ ହେପାଜତରେ ରଖାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏପ୍ରିଲ୍ ୨୪ରେ ସେ ଗ୍ୟାଙ୍ଗଷ୍ଟର-ରାଜନେତା ଅତିକ୍ ଅହମଦ ଏବଂ ତା’ ଭାଇ ଅସରଫ ହତ୍ୟାକାଣ୍ଡର ତଦନ୍ତ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ। ଅତିକ୍ ଅହମଦ ଏବଂ ତା ଭାଇ ଅସରଫକୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଧରି ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛି। ନିକଟରେ ଓକିଲ ବିଶାଲ ତିୱାରୀ ଏକ ଆବେଦନ ଦାଖଲ କରି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡି.ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୀଘ୍ର ଶୁଣାଣି କରନ୍ତୁ ବୋଲି ଦାବି କରିଥିଲେ। ‌ସେ ଆହୁରି ବି ଦାବି କରିଥିଲେ ଯେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ ହେଉ।

Breaking News