Report Card Odisha

| Daily Odia News

କ୍ୟାନ୍‌ସର ହୋଇନି କିନ୍ତୁ କେମୋ ଦେଇ କାଟିଦେଲେ ଅଙ୍ଗ……

ରିପୋର୍ଟ କାର୍ଡ / କଟକ

କ୍ୟାନ୍‌ସର ହୋଇନି । କିନ୍ତୁ କେମୋ ଦେଇ ଅଙ୍ଗ କାଟିଦେଲେ । ଏଭଳି ସାଙ୍ଘାତିକ ସଂଗୀନ ଅଭିଯୋଗ ଆସିଛି କଟକ ଏସିବି ମେଡିକାଲ୍ରୁ | କ୍ୟାନସର ପରୀକ୍ଷାର ଭୁଲ ରିପୋର୍ଟ ଆସିଥିଲା । ଏହାପରେ କେମୋ ଦେଇ ଅଙ୍ଗ କାଟିଦେଇଥିବା ସୂଚନା ମିଳିଛି | ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସରୀତ୍ ଦୀପ୍ ଶତପଥୀ ଏନେଇ ଏସସିଵି ମେଡିକାଲ ସୁପରିଣ୍ଟେଡେଣ୍ଟଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ସରିତଙ୍କ ମା ପ୍ରଦୀପ୍ତାଙ୍କର ଶରୀରର କିଛି ଅଂଶ ଏସସିଵି ପାଥୋଲୋଜି ଵିଭାଗରେ କ୍ୟାନସର ସନ୍ଦେହରେ ପରୀକ୍ଷା ହୋଇଥିଲା । ଏପ୍ରିଲ ମାସରେ ପ୍ରଥମ ପରୀକ୍ଷା ରିପୋର୍ଟରେ ପ୍ରଦୀପ୍ତାଙ୍କର ଟେଷ୍ଟ ରିପୋର୍ଟରେ କ୍ୟାନସର ଵାହାରିଵାରୁ ତାଙ୍କର ଅସ୍ତ୍ରୋପଚାର ଓ କେମୋ ଥେରାପି ଆରମ୍ଭ ହୋଇଥିଲା। ପରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ଡାକ୍ତର ଆଉ ଥରେ ଟେଷ୍ଟ କରିଵାକୁ ପରାମର୍ଶ ଦେଇଥିଲେ। ଯେଉଁ ସାମ୍ପୁଲର ରିପୋର୍ଟ ପଜଟିଭ୍ ଆସିଥିଲା, ତାର ଆଉ ଖଣ୍ଡେ ମାଂସକୁ ପରୀକ୍ଷା କରିଵାରୁ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ପରିଵାର ଲୋକେ ଏସସିଵି କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ସେପଟେ ଏସସିଵି କର୍ତ୍ତୃପକ୍ଷ କହିଵା ଅନୁସାରେ, ଆକ୍ରାନ୍ତଙ୍କର ଯେଉଁ ସାମ୍ପୁଲ ନିଆଯାଏ, ତାର ତିନି ଖଣ୍ଡ କରି ପରୀକ୍ଷା କରାଯାଏ। ଯେଉଁ ଖଣ୍ଡଟି ପ୍ରଥମେ ପରୀକ୍ଷା ହୋଇଥିଲା, ସେଥିରେ କ୍ୟାନସର ପଜିଟିଭ୍ ରହିଛି। କିନ୍ତୁ ଦ୍ବିତୀୟ ଖଣ୍ଡଟି ଏତେ ପ୍ରଭାବିତ ହୋଇନଥିଵାରୁ ଵାୟୋପ୍ସି ରିପୋର୍ଟ ନେଗେଟିଭ୍ ଆସିଛି। ମହିଳା ଜଣକ କ୍ୟାନସର ଆକ୍ରାନ୍ତ ଓ ଏସସିଵିର ଟେଷ୍ଟରେ କିଛି ଭୁଲ ନାହିଁ ଵୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

Breaking News