Report Card Odisha

| Daily Odia News

ମହିଳାଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ସୁଟ୍ କଲା ପ୍ରେମିକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରି ଭାଇରାଲ୍‌ କରିବାକୁ ଧମକ ଦେଇ ବ୍ଲାକ୍‌ମେଲିଂ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡ଼ର ଉପେନ୍ଦ୍ର ସାହୁ । ୧୧ ମାସ ହେବ ଉପେନ୍ଦ୍ର ଫେରାର ଥିଲେ । ଗତକାଲି ରାତିରେ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଉପେନ୍ଦ୍ର ବଡ଼ଗଡ଼ ଅଞ୍ଚଳରେ ଘର ଭଡା ନେଇ ରହୁଥିଲେ । ସେ ବାପୁଜୀ ନଗରରେ ଏଲ୍‌ଇଡି କର୍ଣ୍ଣର ନାମରେ ଏକ ଦୋକାନ କରିଥିଲେ । ଦୁଇ ପିଲା ଓ ସ୍ୱାମୀଙ୍କ ସହ ଲକ୍ଷ୍ମୀସାଗର କେନାଲ୍‌ ବନ୍ଧ ଅଂଚଳରେ ରହୁଥିଲେ ଅସୀମା (୩୪, ଛଦ୍ମନାମ) । ଅସୀମାଙ୍କ ସ୍ୱାମୀଙ୍କର ବନ୍ଧୁ ହେଉଛନ୍ତି ଉପେନ୍ଦ୍ର । ୨୦୧୯ରେ ଏକ କାର୍ଯ୍ୟକ୍ରମରେ ଉଭୟଙ୍କର ଦେଖା ହୋଇଥିଲା । ଅସୀମା ପ୍ରଥମ ଦେଖାରେ ଉପେନ୍ଦ୍ରଙ୍କୁ ଭଲ ପାଇ ବସିଥିଲେ । ଏହାରି ଭିତରେ ଉପେନ୍ଦ୍ର ଅସୀମାଙ୍କ ଘରକୁ ଯିବା ଆସିବା କରୁଥିଲେ । ଉପେନ୍ଦ୍ର ମଉକା ଦେଖି ଅସୀମାଙ୍କୁ ନିଶା ଦେଇ ତାଙ୍କ ସହ ଅସଦାଚରଣ କରିଥିଲେ । ଏସବୁର ଭିଡିଓ ସୁଟିଂ ମଧ୍ୟ କରିଥିଲେ । ୨୦୨୧ ମାର୍ଚ୍ଚ ମାସରେ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇ ଟଙ୍କା ମାଗିଥିଲେ । ଏମିତି ଧମକ ଦେଇ ବିଭିନ୍ନ ପର୍ଯ୍ୟାୟରେ ୬ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ଉପେନ୍ଦ୍ର । ଦିନକୁ ଦିନ ଅଧିକ ଟଙ୍କା ମାଗୁଥିଲେ । କିଛି ଉପାୟ ନ ପାଇ ଶେଷରେ ଅସୀମା ୨୦୨୧ ଜୁଲାଇରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ହେଲେ ଅଭିଯୁକ୍ତ ଉପେନ୍ଦ୍ର ଫେରାର ହୋଇ ଯାଇଥିଲେ ।

Breaking News