Report Card Odisha

| Daily Odia News

ଏସ୍‌ସିବିରେ ଯକୃତ ପ୍ରତିରୋପଣ ଆରମ୍ଭ…..

ରିପୋର୍ଟ କାର୍ଡ / କଟକ

କଟକର ଏସସିବି ମେଡିକାଲରେ ଯକୃତ ପ୍ରତିରୋପଣ ନେଇ ହାଇଦ୍ରାବାଦର ଏଆଇଜି ସହଯୋଗରେ ଆରମ୍ଭ ହୋଇଛି। ଏନେଇ ୫ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ଯକୃତ ପ୍ରତିରୋପଣ ପାଇଁ ୩ ଜଣଙ୍କ ନାମ ପଞ୍ଜିକରଣ କରାଯାଇଛି। ସେଥିମଧ୍ୟରୁ ପ୍ରଥମ ବ୍ୟକ୍ତି ଭାବେ ଜଣେ ପୁରୁଷଙ୍କ ଯକୃତ ପ୍ରତିରୋପଣ ନେଇ ପ୍ରସ୍ତୁତି ବୁଧବାର ଆରମ୍ଭ ହୋଇଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ତାଙ୍କୁ ଯକୃତ ଦାନ କରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ପଞ୍ଜିକୃତ ଅନ୍ୟ ଦୁଇ ଜଣ ବ୍ୟକ୍ତିଙ୍କର ଯକୃତ ପ୍ରତିରୋପଣ କରାଯିବ। ଯକୃତ ପ୍ରତିରୋପଣ ପାଇଁ ମୋଟ ୧୨ରୁ ୧୩ ଘଣ୍ଟା ସମୟ ଲାଗୁଥିବାବେଳେ ଏନେଇ ଏସସିବିର ମଡ୍ୟୁଲାର ଓଟିରେ ବ୍ୟବସ୍ଥା କରାଯାଇଛି। ୧୧ ବର୍ଷର ଦୀର୍ଘ ଅପେକ୍ଷା ପରେ, କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍‌ସିବି ଏମସିଏଚ) ରେ ଯକୃତ ପ୍ରତିରୋପଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଜଟିଳ ଚିକିତ୍ସା ପ୍ରକ୍ରିୟା ସୁବିଧାଜନକ ହୋଇଥିବାରୁ ଏସ୍‌ସିବି ବୁଧବାର ଇତିହାସ ସୃଷ୍ଟି କରିଛି । ଡାକ୍ତରଖାନା ପରିସରରେ ଥିବା ଟ୍ରମା ବିଲ୍ଡିଂରେ ଥିବା ସ୍ୱତନ୍ତ୍ର ମଡ୍ୟୁଲାର୍ ଅପରେସନ୍ ଥିଏଟରରେ ଅଗ୍ରୀମ ଚିକିତ୍ସା ଆରମ୍ଭ ହୋଇଛି ।

 

Breaking News