ରିପୋର୍ଟ କାର୍ଡ / ଭୁବନେଶ୍ୱର
ଅଗଷ୍ଟ ୧୫ ତାରିଖରୁ SCB ମେଡିକାଲରେ ଆରମ୍ଭ ହେବ ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ୯ଟି ଇକମୋ ମେସିନ କଟକ ଏସସିବି ମେଡିକାଲକୁ ଆସିଥିବା ଡିଏମଇଟି କହିଛନ୍ତି । ଏହା ସହିତ ଆବଶ୍ୟକୀୟ ମାନବ ସମ୍ବଳଙ୍କୁ ନିଯୁକ୍ତି ଦିଆସରିଛି । ଏନେଇ ଗୋଟିଏ ବ୍ୟାଚ୍ କୋଲକାତାରୁ ଟ୍ରେନିଂ ନେଇ ଫେରିଛନ୍ତି । ଖୁବଶୀଘ୍ର ଆଉ ଏକ ଟିମ୍ କୋଲକାତା ଯିବ । ତେବେ କୋଭିଡରୁ ସୁସ୍ଥ ହେବା ପରେ ଇକମୋର ଆବଶ୍ୟକତା ପଡୁଛି । ୯ଟି ଇକମୋ ମେସନକୁ ୨ ଭାଗରେ ନିୟୋଜିତ ହେବ । ପ୍ରଥମ ୟୁନିଟରେ ୬ଟି ଓ ଦ୍ୱିତୀୟ ୟୁନିଟରେ ୩ଟି ଇକମୋ ମେସିନ ରହିବ । ୨ୟ ୟୁନିଟର ୩ଟି ମେସିନ କୋଭିଡ ରୋଗୀଙ୍କୁ ସେବା ଦେବ । କୋଭିଡ ପରବର୍ତ୍ତୀ ଜଟିଳତା ପାଇଁ ଅନ୍ୟ ୬ଟି ମେସିନ୍ ରହିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।






More Stories
ପ୍ରବଳ ବର୍ଷିବ;ଅରେଞ୍ଜ ୱାର୍ଣ୍ଣିଂ ଜାରି…..
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……