ରିପୋର୍ଟ କାର୍ଡ / ପୁରୀ
ସ୍କୁଲ ବସ୍ରେ ଲାଗିଗଲା ନିଆଁ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ। ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ରାସ୍ତାର ବାୟାକୂଦା ଗାଁ ନିକଟରେ। ଆଜି ସକାଳେ ଘରୋଇ ସ୍କୁଲ ବସ୍ଟି ଛାତ୍ରଛାତ୍ରୀଙ୍କ ନେଇ ସ୍କୁଲ ଯାଉଥିଲା। ବାୟାକୁଦା ଛକ ନିକଟରେ ବସ୍ ଟାୟାରରୁ ନିଆଁ ବାହାରିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଡ୍ରାଇଭରକୁ କହିଥିଲେ। ଡ୍ରାଇଭର ଗାଡ଼ି ଅଟକାଇ ବସ୍ରେ ଥିବା ପିଲାମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏହା ସହ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ୍ କରିଥିଲେ।






More Stories
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..
ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..