ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅକ୍ଟୋବର-ନଭେମ୍ୱର ଆଡକୁ ଦେଶରେ କରୋନାର ତୃତୀୟ ଲହରୀ ଆସିବାକୁ ଯାଉଛି ବୋଲି କିଛି ବିଶେଷଜ୍ଞ କହୁଛନ୍ତି | ତେବେ ମଙ୍ଗଳବାର ଦିନ ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି.କେ ପଲ କହିଛନ୍ତି ଯେ କରୋନା ମହାମାରୀର ତୃତୀୟ ଲହରୀକୁ ଆସିବା ଆମେ ବନ୍ଦ କରିପାରିବା | ତୃତୀୟ ଲହରୀ କିଭଳି ନ ଆସିବ ତାହା ଆମ ହାତରେ ଅଛି | ସେ କହିଛନ୍ତି ଯେ ଯଦି ଆମେ କୋଭିଡ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁସରଣ କରୁ ଏବଂ ସମସ୍ତେ ଟିକା ନିଅନ୍ତି, ତେବେ ତୃତୀୟ ତରଙ୍ଗକୁ ରୋକାଯାଇପାରିବ। ସୂଚନା ଥାଉ କି ଯେ ସୋମବାର ଠାରୁ ଦେଶରେ ବ୍ୟାପକ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ସ୍କୁଲ ଖୋଲିବା କୁ ନେଇ ଭି.କେ ପଲ କହିଛନ୍ତି କି ଏବେ ସ୍କୁଲ ଖୋଲିବା ନିଷ୍ପତି ନେବା ଏତେ ସହଜ ନୁହେଁ । ପଜିଟିଭ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ନେବା ସହଜ ନୁହେଁ ବୋଲି କହିଛନ୍ତି ନିତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ ପଲ୍ । ସେ କହିଛନ୍ତି ସ୍କୁଲକୁ ବିଭିନ୍ନ ବର୍ଗର ଲୋକ ଆସିଥାନ୍ତି । ଯେମିତିକି ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ ସମସ୍ତେ ଏକାଠି ହୋଇଥାନ୍ତି । ତେଣୁ ଏହା ନିହାତି ଭାବେ ବିପଦ୍ଜ୍ଜନକ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଛୋଟ ପିଲାମାନଙ୍କୁ ଏବେ ସୁଦ୍ଧା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ସେହିଭଳି ସମସ୍ତ ଶିକ୍ଷକ ଓ କର୍ମଚାରୀ ଟିକା ନେଇନଥିବେ ବୋଲି କହିଛନ୍ତି ଡାକ୍ତର ଭି.କେ ପଲ୍ । ତେଣୁ ଏଭଳି ସ୍ଥିତିରେ ସ୍କୁଲ ଖୋଲିବାକୁ ଏବେ ନିଷ୍ପତ୍ତି ନେବା ଆଦୌ ସହଜ ନୁହେଁ । ପରିସ୍ଥିତିରେ ଆଉ ଟିକେ ସୁଧାର ଆସିଲେ, ସେନେଇ ବିଚାର ବିମର୍ଶ କରି ନିଷ୍ପତ୍ତି ନିଆଯାଇପାରିବ । ସେହିଭଳି କରୋନା ମୁକାବିଲା ନେଇ ନିତି ଆୟୋଗ ସଦସ୍ୟ ଭି.କେ ପଲ୍ ଆହୁରି ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟିକାକରଣ ହୋଇଛି । ଗ୍ରାମାଞ୍ଚଳରେ ୬୩.୭% ଓ ସହରାଞ୍ଚଳରେ ୩୬% ଟିକାକରଣ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ଟିକାକରଣ ସମ୍ଭବ । ମଙ୍ଗଳବାର ୪୬% ମହିଳାଙ୍କୁ ଓ ୫୩% ପୁରୁଷଙ୍କୁ ଟିକାକରଣ ହୋଇଛି । ଟିକାକରଣ କ୍ଷେତ୍ରରେ ମହିଳାଙ୍କୁ ଆହୁରି ସଚେତନ କରିବାର ଆବଶ୍ୟକତା ରହିଛି । ସେହିଭଳି ଦେଶରେ କରୋନା ସଂକ୍ରମଣ କମୁଛି ବୋଲି କହିଛନ୍ତି ନିତି ଆୟୋଗ ସଦସ୍ୟ । ଦେଶର ୫୫୩ଟି ଜିଲ୍ଲାରେ ୫ ପ୍ରତିଶତରୁ କମ୍ ଅକ୍ଟିଭ୍ କେସ୍ ରହିଛି । ଦୈନିକ ଶହେରୁ ଅଧିକ ମାମଲା ମାତ୍ର ୧୫୩ଟି ଜିଲ୍ଲାରୁ ଆସୁଛି ।କରୋନା ସଂକ୍ରମଣ କମୁଥିଲେ ବି ସତର୍କ ରହିବାକୁ ପରାମର୍ଶ ଭି.କେ ପଲ୍ ପୁଣି ଥରେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।
More Stories
ଆୟୁଷ୍ମାନ ଭାରତକୁ ନେଇ ବଡ଼ ଘୋଷଣା….
ଟ୍ରାଫିକ ଚାଲାଣରେ ମିଳିବ ରିହାତି……
ଶିଖମାନଙ୍କ ଉପରେ ବୟାନ ପାଇଁ ରାହୁଲଙ୍କ ଘର ଆଗରେ ବିକ୍ଷୋଭ…..