ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରାୟ ମାସେ ପରେ ଆଜି ଖୋଲିଛି ରାଜଧାନୀ ଦିଲ୍ଲୀର ସ୍କୁଲ । ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ସ୍କୁଲ ବନ୍ଦ ରହିଥିଲା। ହେଲେ ଆଜିଠାରୁ ଅର୍ଥାତ୍ ଶନିବାର ପୁଣିଥରେ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଷଷ୍ଠରୁ ଉପର ଶ୍ରେଶୀ ଗୁଡିକ ଖୋଲା ଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଶନିବାରଠାରୁ ଖୋଲିଛି । ଏବେ ଦିଲ୍ଲୀର ବାୟୁ ପ୍ରଦୂଷଣରେ ସାମାନ୍ୟ ଉନ୍ନତି ହୋଇଥିବାରୁ ସ୍କୁଲ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି ସରକାର । କଟକଣା ଓ ପ୍ରଦୂଷଣ ଗାଇଡଲାଇନ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି | ସ୍କୁଲ ଖୋଲିବା ପରେ ବି ଉଭୟ ଅନ୍ ଲାଇନ ଓ ଅଫ୍ ଲାଇନରେ କ୍ଲାସ ହେବ । ସୂଚନାଯୋଗ୍ୟ, ମହାମାରୀ ପାଇଁ ସ୍କୁଲ ଗୁଡିକ ପାୟ ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବନ୍ଦ ରହିଥବା ବେଳେ ଏହାପରେ ଦାଉ ସାଧିଥିଲା ପ୍ରଦୂଷଣ |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..