Report Card Odisha

| Daily Odia News

କଙ୍କଡା ବିଛା ଆତଙ୍କ,୫୦୦ ଲୋକଙ୍କୁ ମାରିଲେଣି ଡଙ୍କ…….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ଷା ପରେ କଙ୍କଡା ବିଛା ଆତଙ୍କ । ପ୍ରାୟ ୫୦୦ରୁ ଅଧିକ ଲୋକେ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି। ବର୍ଷା ଓ ପବନ ପରେ ଏବେ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି କଙ୍କଡା ବିଛା । ଏଭଳି ଆତଙ୍କ ଦେଖିବାକୁ ମିଳିଛି ମିଶରର ଦକ୍ଷିଣ ପ୍ରାନ୍ତରେ ଥିବା ଅସଓ୍ୱାନ ସହରରେ । ବିଛାମାନେ ୫୦୦ରୁ ଅଧିକ ଲୋକଙ୍କୁ କ୍ଷତାକ୍ତ କରିସାରିଲେଣି । ୩ଜଣଙ୍କର ମୃତ୍ୟୁ ବି ହେଲାଣି । ପ୍ରବଳ ବର୍ଷା କାରଣରୁ ସେମାନେ ମାଟି ବାହାରକୁ ବାହାରି ଯାଇଛନ୍ତି । ଘରେ ପଶିବା ପରେ ଲୋକଙ୍କୁ ଢଙ୍କ ମାରୁଛନ୍ତି । ଅଲ ଅହରମର ରିପୋର୍ଟ ଅନୁସାରେ, କଙ୍କଡା ବିଛା କାମୁଡିବା କାରଣରୁ ଶହ ଶହ ଲୋକେ ଅସୁସ୍ଥ ହେଲେଣି । ନଭେମ୍ବର ୧୨ରୁ ସାଗର ପର୍ବତମାଳା ନିକଟରେ ଥିବା ଅସଓ୍ୱାନ ସହରରେ ଘୂର୍ଣ୍ଣିଝଡ ହୋଇଥିଲା । ପ୍ରବଳ ବର୍ଷାରେ ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇ ପଡିଥିଲା । ପୁରା ସହର ପାଣି ଘେରରେ ରହିଥିଲା । ଏପରିକି ବିଛାଙ୍କ ଗାତରେ ପାଣି ପଶିଯିବାରୁ ଶହଶହ ସଂଖ୍ୟାରେ ବିଛା ବାହାରିଥିଲେ । ଆହୁରି ମଧ୍ୟ କିଛି ସ୍ଥାନରେ ପ୍ରବଳ ସଂଖ୍ୟାରେ ସାପ ମଧ୍ୟ ଆତଙ୍କ ଖେଳାଇଛନ୍ତି । ଲୋକେ ଘରେ ରହିବେ ନା ବାହାରକୁ ଯିବେ ତାହା ଜାଣିପାରୁ ନାହାଁନ୍ତି । ଅସଓ୍ୱାନ ରାଜ୍ୟପାଳଙ୍କ କହିବାନୁସାରେ, ରାସ୍ତା ଘାଟରୁ ପାଣି ବାହାର କରିବାକୁ ମଟର ପମ୍ପ ଲଗାଯାଇଛି । ବିଛାଙ୍କୁ ମଧ୍ୟ ମାରିବାକୁ ଔଷଧ ସ୍ପ୍ରେ ହେଉଛି । ରାସ୍ତାଘାଟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଖୋଲା ଜାଗା, ଜଙ୍ଗଲ କିମ୍ବା ପାହାଡିଆ ସ୍ଥାନକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Breaking News