ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ କରି ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରୁଥିବା KBN ଗ୍ରୁପ୍କୁ ମୂଳପୁଚ୍ଛ କରିବା ପାଇଁ ପୋଲିସ୍ ଅପରେସନ୍ କରୁଛି | କିନ୍ତୁ ଏହା ଭିତରେ ‘ଟାଉନ୍ ଟାଇଗର’ ନୂଆ ଗ୍ରୁପ୍ ସାମ୍ନାକୁ ଆସିଛି। ଏନେଇ କମିଶନରେଟ୍ ପୋଲିସ ସୂଚନା ଦେଇଛନ୍ତି। କେବିଏନ୍ ଗ୍ୟାଙ୍ଗର କିଛି ଯୁବକ ‘ଟାଉନ୍ ଟାଇଗର’ ନାଁରେ ଏହି ନୂଆ ଗ୍ରୁପ୍ କରିଥିଲେ। ଦାଦାଗିରି କରି ପତିଆର ଜାହିର କରିବା ଓ ଦାଦାବଟି ଆଦାୟ କରିବା ଏହି ଗ୍ୟାଙ୍ଗର ମୁଖ୍ୟ ଲକ୍ଷ୍ୟ ଥିଲା। ସନିଆ ଓରଫ ସନାତନ ଏହି ଗ୍ରୁପର ଆଡମିନ୍ ଥିଲା। ପୋଲିସ୍ ଏହି ଗ୍ରୁପ୍ ସମ୍ପର୍କରେ ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏହାପରେ ଅନେକ ପିଲା ଏହି ଗ୍ରୁପ୍ରୁ ଲେପ୍ଟ ହୋଇଯାଇଥିଲେ। ତେବେ ଲେଫ୍ଟ ହୋଇଥିବା ଗ୍ରୁପ୍ର ଯୁବକଙ୍କୁ ପୋଲିସ ଏବେ ଖୋଜୁଛି। ଏହାସହ ୨୯ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….