Report Card Odisha

| Daily Odia News

୧୮ ଦଳୀୟ କର୍ମୀଙ୍କୁ ଥଇଥାନ କଲେ ନବୀନ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜିଲ୍ଲାସ୍ତରୀୟ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ପୁଣି ସ୍ୱତନ୍ତ୍ର ବିକାଶ ପରିଷଦ ଉପରେ ଗୁରୁତ୍ୱ ଦେଇଛନ୍ତି | ଦଳର ୧୮ଜଣ ଆଦିବାସୀ ନେତା ଙ୍କୁ ୯ ଜିଲ୍ଲାର ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି । ଏହି ନେତାମାନେ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଏନେଇ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଦେବାଶିଷ ମାରାଣ୍ଡିଙ୍କୁ ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱ ମିଳିଥିବା ବେଳେ ଲକ୍ଷ୍ମୀ ନାୟକଙ୍କୁ କେନ୍ଦୁଝରର ଅଧ୍ୟକ୍ଷ କରାଯାଇଛି । ସେହିପରି ଆଦମା ରବାଙ୍କୁ ମାମଲକାନଗିରି ଓ ଚନ୍ଦ୍ରଶେଖର ମାଝୀଙ୍କୁ କୋରାପୁଟର ଅଧ୍ୟକ୍ଷ କରାଯାଇଛି । ଏହା ସହିତ ଉପେନ୍ଦ୍ର ଗଣ୍ଡଙ୍କୁ ନବରଙ୍ଗପୁର, ଅନସୂୟା ମାଝୀଙ୍କୁ ରାୟଗଡ଼ାର ଅଧ୍ୟକ୍ଷ, ମାରିୟମ ରଇତଙ୍କୁ ଗଜପତି, ରୋଦନ ମଲ୍ଲିକଙ୍କୁ କନ୍ଧମାଳର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।

Breaking News