ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ବଜେଟ ଅଧିବେଶନର ଦିତ୍ୱୀୟ ଦିନ । ପ୍ରଶ୍ନ କାଳରେ ରହିଛି ବହୁ ଗୁରୁତ୍ୱ ପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା | ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଅଡୁଆରେ ପକାଇ ପାରନ୍ତି | ଗତକାଲି ଅଧିବେଶନ ଆରମ୍ଭ ହୋଇଥିବାଇ ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୩ ରୁ ଫେବୃଆରୀ ୨୧ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ୫ ଏପ୍ରିଲ | ପ୍ରଥମ ଦିନରେ ରାଜ୍ୟପାଳ ଗୃହରେ ଉଦଘାଟନୀ ଅଭିଭାଷଣ ରଖିଥିଲେ । ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୧୭ତାରିଖରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ବଜେଟ ଉପରେ ସାଧାରଣ ଆଲୋଚନା ଶେଷ ହେବା ପରେ ଫେବୃଆରୀ ୨୨ରୁ ଅଧିବେଶନ ସ୍ଥଗିତ ରହିବ।
More Stories
ହଟିଲା ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା କଟକଣା……
ହୋଲି ପାଇଁ ଆସିଲା ଗାଇଡ୍ଲାଇନ୍…..
ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ……