ରିପୋର୍ଟ କାର୍ଡ / ଭୁବନେଶ୍ୱର
ଫେବୃଆରୀ ୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ହେଲେ ଏବେ ସୁଦ୍ଧା ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସୁଭଦ୍ରା ଯୋଜନାର ଲାଭ ପାଇନାହାନ୍ତି । ତେବେ ଆସନ୍ତୁ ଜାଣିବା ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିନଥିଲେ କେବେ ପୁଣି ମିଳିବ। ପ୍ରାୟ୧୮ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ ୯୮ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିସାରିଛି। ଏବେ ବି ଅଢେଇ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ସୁଭଦ୍ରା ପୋଟାଲରେ E-KYC କରି ନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡିଛି ବୋଲି ରାଜ୍ୟ ସରକାର ସୋମବାର କହିଛନ୍ତି। ତେବେ E-KYC କରିଦେଲେ ମାର୍ଚ୍ଚ ୮ରେ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ମିଳିବ।






More Stories
କାଳବୈଶାଖୀ ସମ୍ଭାବନା…..
ଇସ୍ତଫା ଦେଲେ ସସ୍ମିତ ପାତ୍ର…..
ଓଏଏସ୍ ସ୍ତରରେ ଅଦଳବଦଳ…..