Report Card Odisha

| Daily Odia News

ଆତଙ୍କୀଙ୍କ ଟାର୍ଗେଟରେ ଗଣତନ୍ତ୍ର ଦିବସ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆସୁଛି ଗଣତନ୍ତ୍ର ଦିବସ | ଏହି ଗଣତନ୍ତ୍ର ଦିବସରେ ହମଲା କରିବାକୁ ଯୋଜନା କରିଛନ୍ତି ଆତଙ୍କବାଦୀ। ଦିଲ୍ଲୀରୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ। କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବେ। ତେଣୁ ଆତଙ୍କବାଦୀମାନେ ଏହାକୁ ଟାର୍ଗେଟ କରି ହମଲା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନେଇ ଗୁଇନ୍ଦା ବିଭାଗ ସୂଚନା ଦେଇଛି | ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ବିଭାଗ ସମ୍ଭାବ୍ୟ ଆତଙ୍କୀ ହମଲା ନେଇ ୯ ପୃଷ୍ଠାର ଗୋଟିଏ ସତର୍କ ସୂଚନା ଜାରି କରିଛି। ଏଥିରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ହମଲା କରିବାକୁ ଆତଙ୍କବାଦୀମାନେ ଯୋଜନା କରିଥିବା କୁହାଯାଇଛି। ଏହାର ଅର୍ଥ ଦେଶର ୭୫ତମ ଗଣତନ୍ତ୍ର ଦିବସରେ ଉପସ୍ଥିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି। ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜାକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ନେତାମାନଙ୍କୁ ମୁଖ୍ୟ ଅତିଥି ଭାବେ ଭାରତ ସରକାର ନିମନ୍ତ୍ରଣ କରିବେ। ତେଣୁ ସେହିଦିନ ହମଲା କରି ଆତଙ୍କ ସୃଷ୍ଟି କରିବାକୁ ମସୁଧା ହୋଇଛି।

Breaking News