Report Card Odisha

| Daily Odia News

ବିଧାନସଭା ଶୀତକାଳୀନ ଅଧିବେଶନ ତ୍ରିସ୍ତରୀୟ ସୁରକ୍ଷା ବଳୟରେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତାକଲି ଠାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ | ସୁରକ୍ଷାକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବିଧାନସଭା | ଅଧିବେଶନ ପୂର୍ବରୁ ସୁରକ୍ଷାବ୍ୟବସ୍ଥା କୁ ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି ସୁନୀଲ ବଂଶଲ | ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ। ସିସିଟିଭି ସ୍କାନରରେ ରହିବ ମହାତ୍ମା ଗାନ୍ଧୀ ମାର୍ଗ | ଏହା ସହ ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୋଲିସ, ରୁପ ଟଫ୍ ସିକ୍ୟୁରିଟି, ସାଧା ପୋଷାକରେ ପୋଲିସ ମୁତୟନ ରହିବେ। ବିଧାନସଭା ସମୟରେ ଯେଉଁମାନେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତାହା ଅପରାଧ। ଏଣୁ ଗଣତାନ୍ତ୍ରିକ ଉପାୟରେ ଦାବି ଜଣାନ୍ତୁ ବୋଲି ସିପି ଅପିଲ କରିଛନ୍ତି। ଆସନ୍ତାକାଲିଠୁ ବିଧାନସଭା ଶେଷ ଯାଏଁ ସଂଲଗ୍ନ ଚତୁଃପାର୍ଶ୍ୱ ରାସ୍ତାକୁ ସିଲ କରାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

Breaking News